ରାଜଧାନୀରେ ପହଞ୍ଚିଲା ସାନଖେମୁଣ୍ଡି ବିଜେଡି କନ୍ଦଳ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଏବେ ବିଜେଡି ଦଳରେ ବିଶୃଙ୍ଖଳା କନ୍ଦଳ ରାଜଧାନୀରେ ଯାଇ ପହଞ୍ଚିଛି। ନେତୃତ୍ବ ପରିବର୍ତ୍ତନ ଅଚଳାବସ୍ଥା ସୃଷ୍ଟି କରୁଥିବା ବ୍ୟକ୍ତି ଙ୍କୁ ଦଳରୁ ବହିଷ୍କାର କରାଯିବା ସହ ଦଳକୁ ମଜୁବୁତ କରିବା ଆଗାମୀ ସାଧାରଣ ନିର୍ବାଚନ ରେ ଦଳକୁଜିତାଇବା ପାଇଁ ନେତୃତ୍ବ ପରିବର୍ତ୍ତନ ପାଇଁ ସାନଖେମୁଣ୍ଡି ବ୍ଲକ ୩ଜଣ ଜିଲ୍ଲା ପରିଷଦ ସଭ୍ୟ ଏବଂ୨୨ ଟି ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ସରପଞ୍ଚ ଆଜି ଭୁବନେଶ୍ୱର ଯାଇଥିବା ଜଣାପଡ଼ିଛି। ସାନଖେମୁଣ୍ଡି ରେ ବିଭିନ୍ନ ପଦପଦବୀ ରେ ରହି ଦଳକୁ ସୁଦୃଢ଼ କରିଥିବା ଵ୍ୟକ୍ତି ଙ୍କୁ ଦାୟୀତ୍ବ ଦେବାନେଇ ଦାବି କରିଥିଲେ।ସାନଖେମୁଣ୍ଡି ରେ ଏବେ ବିଜେଡିରେ ଅସନ୍ତୋଷ ପୁଞ୍ଜିଭୂତ ହୋଇ ବିସ୍ପୋରଣ ସ୍ଥିତିରେ।ବିଜେଡି ଦୁଇ ଫାଳରୁ ଏବେ କେତେ ଫାଳରେ ପହଞ୍ଚିଲାଣି। ଆସୁଛି ସାଧାରଣ ନିର୍ବାଚନ ବିଜେଡି ଏବେ ବାଟରେ ଗଡି ହାଟରେ ପଡ଼ିଲାଣି ଅସଜଡା ଦଳ କୁ କିଏ ସଜାଡ଼ିବ ଏନେଇ ସାନଖେମୁଣ୍ଡି ବିଜେଡି ମଧ୍ୟରେ ଭାଳେଣି ପଡିଛି। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ନେତୃତ୍ବ ନେଇଥିବା ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଙ୍କ ଦଳକୁ ସୁଦୃଢ ସଂଗଠିତ କରିବା ପରିବର୍ତ୍ତେ କିଛି ବ୍ୟକ୍ତି ଦ୍ଵାରା ପରିଚାଳିତ ହୋଇ ବିଶୃଙ୍ଖଳା ସୃଷ୍ଟି ହେଉଛି। ସାଂସଦଙ୍କ ହାତ ପାଣ୍ଠି କୋଟିଏ ପଚିଶି ଲକ୍ଷ୍ୟ ୪ଟା ପଞ୍ଚାୟତକୁ ବଣ୍ଟନ କରିଥିଲେ।ବେଳେ ଅନ୍ତର ପାନ୍ତର କରି ଦଳ ଭିତରେ ଅସନ୍ତୋଷ ଦେଖାଦେଇଥିଲା। ଯାହା ଫଳରେ ଗତ ଜୁନ ମାସ ୨୫ରେ ପାଟପୁର ବୁଧେଶ୍ୱର୍ ମନ୍ଦିର ରେ୩ଜିଲ୍ଲା ପରିଷଦ ସଦସ୍ୟ ୨୨ଟି ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ସରପଞ୍ଚ ମିଳିତ ଭାବେ ବୈଠକ ବୈଠକରେ ବିରୋଧ କରିଥିଲେ ।ସଂଗଠନ ଦାୟୀତ୍ବ ରେଥିବା କର୍ମୀ ମାନେ ଜିଲ୍ଲା ସଭାପତିଙ୍କୁ ଇସ୍ତଫା ପତ୍ର ଦେଇଥିଲେ । ଜିଲ୍ଲାପାଳ ଙ୍କ ସାନଖେମୁଣ୍ଡି ଗ୍ରସ୍ତ ସମୟରେ ଜନପ୍ରତିନିଧି ନେତୃବୃନ୍ଦ ଅଭିଯୋଗ କରିଥିଲେ। ଏନେଇ ଜିଲ୍ଲାପାଳ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ସାଂସଦ ଙ୍କ ହାତ ପାଣ୍ଠି ବଣ୍ଟନ କୁନେଇ ସୃଷ୍ଟି ହୋଇଥିବା କନ୍ଦଳ ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଜାଣିବା ପରେ ଗତ ଶୁକ୍ରବାର ଦିନ ସାନଖେମୁଣ୍ଡି ବ୍ଲକ। ଗ୍ରସ୍ତ କରି ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ କରି ଆଉ (ପଚସ୍ତୁରି ଲକ୍ଷ୍ୟ) ହାତ ପାଣ୍ଠି ରୁ ଦେଇଥିଲେ ଆଗରୁ ଦେଇଥିବା (କୋଟିଏ ପଚିଶି ଲକ୍ଷ୍ୟ) ସମସ୍ତ ୨ କୋଟି ୨୬ ଟା ପଞ୍ଚାୟତ ବଣ୍ଟନ କରି ଉନ୍ନତି ଦିଗରେ ଖର୍ଚ୍ଚ ପାଇଁ ପରାମର୍ଶ ଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନ ପାଇଁ ସମସ୍ତେ ଏକାଠି ହୋଇ ଦଳକୁ ସୁଦୃଢ ସଂଗଠିତ କରିବା ପାଇଁ ପରାମର୍ଶ ଦେଇଥିଲେ।ଏତିକିରେ ମନବୁଝିଲାନି ଶେଷରେ ରାଜ୍ୟ ନେତୃତ୍ବ ଙ୍କୁ ଗୁହାରୀ ଜଣାଇବା ପାଇଁ ଆଜି ସକାଳୁ ଭୁବନେଶ୍ୱର ଯାଇଥିବା ଜଣାପଡ଼ିଛି। ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି ସାନଖେମୁଣ୍ଡି ସ୍ବତନ୍ତ୍ର ଦାୟୀତ୍ବ ରେ ଥିବା ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ଙ୍କ ସାକ୍ଷାତ କରି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ନେତୃତ୍ବ ପରିବର୍ତନ ପାଇଁ ଅନୁରୋଧ କରିଥିଲେ। ସେ କହିଲେ ଯଥା ଶୀଘ୍ର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ବିଜେଡି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ସହ ସାକ୍ଷାତ ହୋଇପାରି ନଥିଲେ ମଧ୍ୟ ସେ ସମ୍ବଲପୁର ଗ୍ରସ୍ତରେ ଥିବା ବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ ସମସ୍ତ ଜନପ୍ରତିନିଧି ନେତୃବୃନ୍ଦ ପ୍ରମୁଖ କଥାବାର୍ତ୍ତା ହୋଇଥିଲେ। ପୁଣି ଆସନ୍ତା ରବିବାର ଦିନ ସମସ୍ତ ଜନପ୍ରତିନିଧି ଭୁବନେଶ୍ୱର ଆସିବାକୁ ଡାକରା ହୋଇଥିବା ଜଣାପଡ଼ିଛି।


