ରାଜଧାନୀରେ ପ୍ରଥମ ଜୁଏଲସ୍ ଇନ୍‌କ୍ଲୁସିଭ ପ୍ଲେ’ ସ୍କୁଲ୍ ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାଧାରଣବର୍ଗର ଶିଶୁମାନଙ୍କ ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଜୁଏଲସ୍ ଇନ୍‌କ୍ଲୁସିଭ ପ୍ଲେ’ ସ୍କୁଲ୍ ଉଦ୍‌ଘାଟିତ ହୋଇଯାଇଛି । ବୁଧବାର ପୂର୍ବାହ୍ନରେ ଜୟଦେବ ବିହାର ଜନତା ମଇଦାନ ନିକଟସ୍ଥ ଜୁଏଲସ୍ ଇଣ୍ଟରନ୍ୟାସନାଲ ଚେତନା ଇନ୍‌ଷ୍ଟିଚ୍ୟୁଟ ପରିସରରେ ଏହି ନୂତନ ପ୍ଲେ’ ସ୍କୁଲ୍‌କୁ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଚେତନା ଅନୁଷ୍ଠାନର ସମ୍ପାଦକ ଡଃ ନାରାୟଣ ଚନ୍ଦ୍ର ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନୁଷ୍ଠାନର ଉପସଭାପତି ପ୍ରଫେସର ବସନ୍ତ କୁମାର ଦାସ, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ମିଶ୍ର, ଉପଦେଷ୍ଟା ଡ. ବିଜୟା ପତି ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଶତପଥୀ ଶିଶୁମାନଙ୍କୁ ପ୍ରାରମ୍ଭିକସ୍ତରରୁ ଗୁଣାତ୍ମକ ତଥା ନୈତିକ ଶିକ୍ଷା ପ୍ରଦାନ ପୂର୍ବକ ସେମାନଙ୍କର ଚରିତ୍ର ଗଠନ ଓ ଆଦର୍ଶ ନାଗରିକ ଭାବେ ଗଢି ତୋଳିବା ପାଇଁ ଶିକ୍ଷକମାନେ ବ୍ରତୀ ହେବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଚେତନା ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିନୟ ଭୂଷଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଶିକ୍ଷା ବଭାଗୀୟ ମୁଖ୍ୟ ଡଃ ଭାଗିରଥୀ ମହାପାତ୍ର, ମନୋବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ ବିଚିିତ୍ରାନନ୍ଦ ସ୍ୱାଇଁ ତଥା ମହାବିଦ୍ୟାଳୟର ଉପାଧ୍ୟକ୍ଷ ଲଲାଟେନ୍ଦୁ କର ଏବଂ ଚେତନା ସ୍ୱତନ୍ତ୍ର ଶିକ୍ଷା ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସ୍ମୃତିରେଖା ମିଶ୍ରଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ