ରାଜଧାନୀରେ ବାଂଲାଦେଶୀ ରୂପଜୀବୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏବେ ବାଂଲାଦେଶୀ ରୂପଜୀବୀଙ୍କ ଆସର ଜମିବାରେ ଲାଗିଛି। ଆଗକୁ ନୂଆବର୍ଷ ଆସୁଥିବାରୁ ସେକ୍ସ କାରବାର ବଜାର ଜମିବା ଲକ୍ଷ୍ୟରେ ଦଲାଲମାନେ ଏମାନଙ୍କୁ ଭୁବନେଶ୍ୱର ଆଣିଛନ୍ତି । ରାଜଧାନୀରେ ଏବେ ୨୫ରୁ ୩୦ ଜଣ ବାଂଲାଦେଶୀ ରୂପଜୀବୀ ଏବେ ରାଜଧାନୀରେ ଡେରା ପକାଇଛନ୍ତି । ହୋଟେଲରେ ବଙ୍ଗୀୟ ରୂପଜୀବୀଙ୍କୁ ଅସଦାଚରଣ ଓ ମାଡ଼ ଘଟଣା ପରେ ରାଜଧାନୀର ସେକ୍ସ କାରବାରର ଏଭଳି ଗୁମର ଖୋଲିଛି । ବଂଲାଦେଶୀ ରୂପଜୀବୀମାନେ ଭାୟା ପଶ୍ଚିମବଙ୍ଗ ଦେଇ ଓଡ଼ିଶାକୁ ଆସୁଛନ୍ତି । ଜାଲ ଆଧାର କାର୍ଡ ଓ ପରିଚୟ ପତ୍ର ଦେଇ ଓଡ଼ିଶାର ହୋଟେଲରେ ମାସ ମାସ ଧରି ରହୁଛନ୍ତି । ଏହା ଜଣାପଡିବା ପରେ କମିଶନରେଟ ପୁଲିସର ମୁଣ୍ଡବ୍ୟଥା ବଢିଯାଇଛି ।
ସୂଚନା ଅନୁସାରେ, ମଙ୍ଗଳବାର ଲକ୍ଷ୍ମୀସାଗର ଥାନା ଷ୍ଟେସନବଜାରରେ ଥିବା ଏକ ହୋଟେଲରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଅସଦାଚରଣ କରାଯିବା ଘଟଣା ଲୋକଲୋଚନକୁ ଆସିବା ପରେ ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ଛାନଭିନ ଆରମ୍ଭ କରିଛି । ଯାଂଚ ବେଳେ ଯୁବତୀଙ୍କ ଆଧାର କାର୍ଡ ଜାଲ ବୋଲି ପୁଲିସ ସନ୍ଦେହ କରୁଛି । ଆଧାର କାର୍ଡରେ ଫଟୋ ଓ ନାଁ ଠିକ ଥିବା ବେଳେ ଠିକଣା ପରିବର୍ତ୍ତନ କରାଯାଇଥିବା ସନ୍ଦେହ କରାଯାଉଛି । ପୁଲିସ ଏହି ଜାଲ ଆଧାରକାର୍ଡକୁ ନେଇ ତଦନ୍ତ କରୁଥିବା ବେଳେ ଏଜେଂଟ ତାଙ୍କର ଆଧାର କାର୍ଡ ପ୍ରସ୍ତୁତ କରିଥିବା ସଂପୃକ୍ତା ଯୁବତୀ ପୁଲିସକୁ କହିଛନ୍ତି । ଏହା ପରେ ପୁଲିସ ଏଜେଂଟ କିଏ ସେ ନେଇ ତନାଘନା ଆରମ୍ଭ କରିଛି । ଏଥିସହିତ ନୂଆବର୍ଷ ସେଲିବ୍ରେସନ ଲାଗି ରାଜଧାନୀକୁ ଏବେ ୨୫ରୁ ଅଧିକ ବଂଲାଦେଶୀ ରୂପଜୀବୀ ଆସିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ସେମାନଙ୍କୁ ଠାବ କରିବା ସହ ଏଜେଂଟଙ୍କୁ ଧରିବା ଲାଗି ପୁଲିସ ତଦନ୍ତକୁ ଜୋରଦାର କରିଛି । ତେବେ ଜଣେ ନୁହେଁ ବରଂ ଏକାଧିକ ଦଲାଲ ଏହି ବାଂଲାଦେଶୀ ରୂପଜୀବୀଙ୍କୁ ଭୁବନେଶ୍ୱର ଆଣିଥିବା ପୁଲିସକୁ ସୁରାକ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ