ରାଜଧାନୀରେ ବିଶାଳ ଶୋଭାଯାତ୍ରା

ଭୁବନେଶ୍ୱର,  (ଯୁଗାବ୍ଦ ନ୍ୟୁଜ) : ପବିତ୍ର ଶ୍ରୀରାମ ନବମୀ ଅବସରରେ ରାଜଧାନୀରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀରାମ ନବମୀ ମହୋତ୍ସବ ସମିତି ଦ୍ୱାରା ପ୍ରାୟ ୨ ହଜାର ବାଇକରେ ଅପରାହ୍ନ ୪ଟାରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ସଭିଙ୍କ ହାତରେ ଥିଲା ଗୈରୀକ ପତାକା ଏବଂ ମୁଖରେ ଥିଲା ‘ଜୟ ଶ୍ରୀରାମ ଧ୍ୱନୀ’ । ୟୁନିଟ-୮ ଜୟଦେବ ପାଠାଗାରରୁ ଶୋଭାଯାତ୍ରା ବାହାରି ଶିରିପୁରଛକ, ଗଙ୍ଗନଗର ଛକ, ଏୟାରପୋର୍ଟ ଛକ, ଫରେଷ୍ଟ ପାର୍କ ଛକ, ଶିଶୁଭବନ, ରାଜମହଲ, ଜନପଥ ରୋଡରେ ମାଷ୍ଟରକ୍ୟାଟିଂନ ଓ ବାଣୀବିହାର ଛକ ଅତିକ୍ରମ କରି ଆଚାର୍ଯ୍ୟ ବିହାର ଓ ସିଆରପି ଛକ ଅତିକ୍ରମ କରି ଷ୍ଟୁଆର୍ଟ ସ୍କୁଲ ଛକ ଦେଇ ପୁନଃ ଜୟଦେବ ପାଠାଗାରରେ ପହଁଚିଥିଲେ । ଏହି ଶୋଭାଯାତ୍ରାରେ ପ୍ରାୟ 5000ରୁ ଉର୍ଦ୍ଦ୍ବ ଯୁବକ ସାମିଲ ହୋଇଥିଲେ ା
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ