ରାଜଧାନୀରେ ୨୪ ଘଂଟାରେ ୧୬୨ ପଜିଟିଭ୍

ଭୁୁବନେଶ୍ୱର, (ୱାଇଏନ୍‌ଏସ୍‌): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଂଚଳରୁ ଶନିବାର ଦିନ ଆଉ ୧୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୪୫ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୧୧୭ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୧୫୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।ଲୋକାଲ ମାମଲା ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୈଳଶ୍ରୀବିହାରରୁ ୮ ଜଣ, ଚନ୍ଦ୍ରଶେଖରପୁରରୁ ୭ ଜଣ , ଓଲ୍ଡ ଟାଉନ୍ ଓ ପୋଖରୀପୁଟରୁ ୬ ଜଣ ଲେଖାଏଁ, ୟୁନିଟ ୬ ଓ ରସୁଲଗଡରୁ ୫ ଜଣ ଲେଖାଏଁ, ନିଳାଦ୍ରୀବିହାର , ବରମୁଣ୍ଡା, ଆଇଆରସି ଭିଲେଜ,ସୁନ୍ଦରପଦା ଓ ପାତ୍ରପଡା ରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୨୪୦ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୧୦୪୮୬୯ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୩୩୪୧ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୧୦୦୯ କୁ ବୃଦ୍ଧି ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ