ରାଜଧାନୀର ହାଟଗୁଡିକ ସାନିଟାଇଜ୍‌

ଭୁବନେଶ୍ବର : ରାଜଧାନୀର ହାଟ ଗୁଡିକୁ ସାନିଟାଇଜ୍‌ କରାଯିବ । ବିଏମ୍‌ସି ଓ ଫାୟାର୍‌ ସର୍ଭିସ୍‌ ପକ୍ଷରୁ କରାଯିବ ସାନିଟାଇଜ୍‌ । ୟୁନିଟ୍‌-୧ ହାଟ, ୟୁନିଟ୍‌ – ୪ ମାର୍କେଟ୍‌ ଓ ମାଛ ମାର୍କେଟ୍‌, ସହିଦ ନଗର ଡେଲି ମାର୍କେଟ୍‌, ରୁଚିକା, ଇନ୍ଦ୍ରଧନୁ ମାର୍କେଟ୍‌, ଡମଣା ହାଟ, ୟୁନିଟ୍‌-3 ଡେଲି ମାର୍କେଟ୍‌, ଗଣ୍ଡମୁଣ୍ଡା ଡେଲି ମାର୍କେଟ୍‌, ବିଜେବି ନଗର ହାଟ ଓ ମା’ କୋଚିଲେଇ ହାଟ ପରି ପ୍ରମୁଖ ମାର୍କେଟ ଗୁଡିକୁ ସାନିଟାଇଜ୍‌ କରାଯିବ ।
ସୂଚନାଯୋଗ୍ୟ, ପଞ୍ଚମ ଆକ୍ରାନ୍ତ ଜଣକ ଚିହ୍ନଟ ହେବା ପରେ ସୂର୍ଯ୍ୟନଗରକୁ ସିଲ୍‌ କରାଯାଇ ସାନିଟାଇଜ୍‌ କରାଯାଇଥିଲା । ସେହିପରି ବମିଖାଲ ଅଞ୍ଚଳରୁ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ସେହି ସବୁ ଅଞ୍ଚଳକୁ ସିଲ୍‌ କରାଯାଇ ସାନିଟାଇଜ୍‌ କରାଯାଇଛି ।କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବେଶ୍‌ କଡା ପଦକ୍ଷେପ ନେଉଛନ୍ତି । କଟକ, ଭୁବନେଶ୍ବର, ଭଦ୍ରକ ଆଦି ସହରକୁ ୪୮ ଘଣ୍ଟିଆ ସଟ୍‌ ଡାଉନ କରିଥିଲେ । ଆଜି ରାତ୍ରି ୮ ଘଟିକା ସମୟରେ ଉପରୋକ୍ତ ତିନୋଟି ସହରରୁ ସଟ୍‌ ଡାଉନକୁ ଶେଷ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ