ରାଜଧାନୀର ୧୯୪ ବେଆଇନ୍ ଆପାର୍ଟମେଂଟ ଭଙ୍ଗାଯିବ

ଭୁବନେଶ୍ୱର (‌ୱାଇଏନ୍‌ଏସ୍‌): ରାଜଧାନୀରେ ମୋଟ ୧,୬୪୩ଟି ଆପାର୍ଟମେଂଟରେ ନକ୍ସା ଅନୁମୋଦିତ ହୋଇଥିବାବେଳେ ମୋଟ ୪୮୭ଟି ଆପାର୍ଟମେଂଟ ବେଆଇନ୍ ଭାବେ ନିର୍ମିତ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୯୪ଟି ଆପାର୍ଟମେଂଟକୁ ଭାଙ୍ଗିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କର ଏକ ପ୍ରଶ୍ନର ଉତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ଭୁବନେଶ୍ୱର ସହର ସମେତ ଆଖପାଖ ଗ୍ରାମାଂଚଳରେ ଏହି ଆପାର୍ଟମେଂଟ ନିର୍ମାଣ ହୋଇଛି । ୫୭ଟି ଘଟଣାରେ ମାମଲାକୁ ସଂଶୋଧନ ପରେ ବନ୍ଦ କରାଯାଇଛି । ୯୧ଟି ଘଟଣାରେ ମାମଲାର ବିଚାର ଚାଲିଛି । ଅନ୍ୟଗୁଡ଼ିକ ସମ୍ପର୍କରେ ଅଦ୍ୟାବଧି ପଦକ୍ଷେପ ନିଆଯାଇନାହିଁ ।ବେଆଇନ ଘୋଷିତ ଆପାର୍ଟମେଂଟଗୁଡ଼ିକୁ ବିଜୁଳି ଓ ପାଣି କିପରି ଯୋଗାଇ ଦିଆଯାଇଛି ସେ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ