ରାଜଧାନୀ ଉପକଣ୍ଠରେ ସଂସ୍କୃତି ପଚାରକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜଧାନୀ ଉପକଣ୍ଠରେ ସଂସ୍କୃତିର ପ୍ରଚାରକ । ରାଜ୍ୟର କୋଣ ଅନୁକୋଣରେ ୫୦୦ରୁ ଊର୍ଦ୍ଧ ବିଭିନ୍ନ ପାଲା ଓ ବାଦୀପାଲା ଦ୍ୱାରା ସଂସ୍କୃତିକୁ ପ୍ରଚାର କରୁଥିବା ଅମରେନ୍ଦ୍ର ପଟ୍ଟନାୟକ ଏବେ ନିଜ ଗ୍ରାମର ଉନ୍ନତି ପାଇଁ ଅଂଟା ଭିଡ଼ିଛନ୍ତି । ଲୋକଙ୍କୁ ସରକାରଙ୍କ ଯୋଜନା ଠିକଣା ଭାବେ ପହଂଚାଇବା ଓ ସରକାରଙ୍କ ସବୁ ସୁବିଧା ଦେବା ସହ ବିଭିନ୍ନ କାର୍ଯ୍ୟକୁ ସଚେତନ କରାଇବା ଲକ୍ଷରେ ପ୍ରଧାନସାହି ଗ୍ରାମ ପଂଚାୟତରେ ସରପଂଚ ପାଇଁ ଲଢ଼ୁଛନ୍ତି । ବଜୁ ବାବୁଙ୍କ ଦୃଡ଼ ସମର୍ଥକ ରହି ଆସିଥିବା ଅମରେନ୍ଦ୍ର ଏବେ ନବୀନ ପଟ୍ଟନାୟକଙ୍କ ଦୃଡ଼ ସମର୍ଥକ ସହ ତାଙ୍କ ଦଳର ଜଣେ ଆଗ ଧାଡ଼ିର କର୍ମି । ଏକ ଆଦର୍ଶ ଗ୍ରାମ ଗଠନ ଲକ୍ଷରେ ମାଛ ଚିହ୍ନ ଧରି ଏବେ ସଂଗ୍ରାମ ରତ । ୧୮ବର୍ଷ ବୟସରୁୁ ଭାଷା ସଂସ୍କୃତକୁ ପ୍ରଚାର କରୁଥିବା ଅମରେନ୍ଦ୍ର ଏବେ ସମାଜସୁଧାର ପାଇଁ ଆଗେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ