ରାଜଧାନୀ ଉପକଣ୍ଠ ଆଦିବାସୀ ପଲ୍ଲୀରେ ସ୍ୱାଧୀନତା ଦିବସ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ରାଜଧାନୀ ଉପକଣ୍ଠ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ସୀମାରେ ଥିବା ଛତାବର ପଞ୍ଚାୟତ କନ୍ଦଳେଇ ଆଦିବାସୀ ପଲ୍ଲୀରେ ୭୩ତମ ସ୍ୱାଧୀନତା ଦିବସ ଉତ୍ସାହ, ଉଦ୍ଦୀପନା ମଧ୍ୟରେପାଳିତ ହୋଇଯାଇଛି । ୪ ବର୍ଷ ତଳେ ଏଠାକାର ଗ୍ରାମବାସୀମାନଙ୍କୁ ଜଣାନଥିଲା ସ୍ୱାଧୀନତା ଦିବସ କ’ଣ?ହେଲେ ଏବେ ଗ୍ରାମବାସୀମାନେ ଜାତୀୟ ପତାକା ତଳେ ଦଣ୍ଡାୟମାନ ହୋଇ ବୀର ଶହୀଦମାନଙ୍କ ସ୍ମୃତିରେଭିଜିଛନ୍ତି । ଜାତୀୟ ସଙ୍ଗୀତକୁ ସମ୍ମାନ ଦେଇଛନ୍ତି, ନିଜ ଗାଁର ବିକାଶ ପାଇଁ ଶପଥ ନେଇଛନ୍ତି । ପୂର୍ବବର୍ଷ ଭଳିଚଳିତବର୍ଷ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ କନ୍ଦଳେଇର ଚତୁର୍ଥ ଶ୍ରେଣୀର ଛାତ୍ରୀ ବର୍ଷା ମୁଣ୍ଡା ଜାତୀୟ ପତାକାଉତ୍ତୋଳନ କରିଥିଲେ । ଉପସ୍ଥିତ ସାମାଜିକ କର୍ମୀ, ଗ୍ରାମବାସୀଙ୍କ ଗହଣରେ ଏହି ରାଷ୍ଟ୍ରୀୟ ପର୍ବର ମହତ୍ତ୍ୱକୁ ନେଇଚର୍ଚ୍ଚା କରାଯାଇଥିଲା । ସାମାଜିକ କର୍ମୀ ସୁଶାନ୍ତ ସାହୁ ପ୍ରଥମେ ଏପରି ଏକ ଜାତୀୟ ପର୍ବ ପାନଳ ପାଇଁ ଗ୍ରାମବାସୀଙ୍କୁପ୍ରବର୍ତ୍ତାଇଥିଲେ । ଏଠି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପତାକା ଉତ୍ତୋଳନର ପରମ୍ପରା ଶ୍ରୀ ସାହୁଙ୍କ ଦ୍ୱାରା ଆରମ୍ଭକରାଯାଇଥିଲା । ଯାହା ଭାରତବର୍ଷରେ ସର୍ବପ୍ରଥମ ବୋଲି ଜଣାପଡ଼ିଛି । ସେହିଦିନ ଠାରୁ ୪ବର୍ଷ ଧରି ସ୍ୱାଧୀନତାଦିବସ, ସାଧାରଣତନ୍ତ୍ର ଦିବସ କ୍ରମାଗତ ଭାବରେ ପାଳିତ ହୋଇଆସୁଛି । ଗ୍ରମବାସୀମାନେ ପତାକା ଉତ୍ତୋଳନସ୍ଥାନକୁ ଗୋବର, ମାଟିରେ ଲିପାପୋଛା କରି ଫୁଲରେ ସଜାଇଥିଲେ । ନୂଆଦିଲ୍ଲୀର ସମାଜିକ ସଂଗଠନ ‘ଆଶ୍ରା’ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ,ଶିକ୍ଷକ ସୁବାସ ଓଝା, ସାମାଜିକ କର୍ମୀ ସୁଶାନ୍ତ ସାହୁ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ମନୋଜ ପ୍ରଧାନ, ଗାଁରମୁଖିଆ ଲୁନ୍ଦୁରୁ କୁଙ୍କାଲ, ମଦନ ·ତାର, ବିଦ୍ୟାଳୟର ଚେୟାରମ୍ୟାନ ଶ୍ୟାମ ଗାଗରାଇ, ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


