ରାଜଧାନୀ ଦିଲ୍ଳୀରୁ ୨ ଜଣ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀଠାରେ ଦୁଇ ଜଣ ସଂଦିଗ୍ଧ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସୋମବାର ରାତିରେ ଦିଲ୍ଲୀଠା‌ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ପୁଲିସ୍‌ର ସ୍ବତନ୍ତ୍ର ସେଲ୍‌ ଏହି ଦୁଇ ଜଣଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି। ଦିଲ୍ଲୀର ସରାୟ କାଲେ ଖାଁଠାରୁ ଗିରଫ ହୋଇଥିବା ଏହି ଦୁଇ ସଂଦିଗ୍ଧ ଆତଙ୍କବାଦୀଙ୍କୁ ଏବେ ଅଧିକାରୀମାନେ ପଚରାଉଚରା ଆରମ୍ଭ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଜମ୍ମୁ-କଶ୍ମୀରର ସାନୁଲ୍ଲା ମିରଙ୍କ ପୁଅ ଅବଦୁଲ ଲତିଫ ମିର୍‌ ଓ ବସିର ଅହମ୍ମଦଙ୍କ ପୁଅ ମହମ୍ମଦ ଅସରଫ ଖତାନା। ସାନୁଲ୍ଲା ମିର୍‌ଙ୍କୁ୨୨ ବର୍ଷ ବୟସ ହୋଇଥିବା ବେଳେ ଅସରଫ ଖତାନାଙ୍କୁ ୨୦ ବର୍ଷ ବୟସ । ଦିଲ୍ଲୀ ପୁଲିସ ଅଧିକାରୀଙ୍କ କହିବାନୁସାରେ, ସୋମବାର ରାତି ପ୍ରାୟ ୧୦.୧୫ ସମୟରେ ସରାୟ କାଲେ ଖାଁରେ ଥିବା ମିଲେନିୟମ୍‌ ନିକଟରେ ଜମ୍ମୁ-କଶ୍ମୀରର ଏହି ଦୁଇ ଜଣଙ୍କୁ ୨ ସେମି ସ୍ବୟଂଚାଳିତ ପିସ୍ତଲ ଓ ୧୦ ଲାଇଭ କାର୍ଟ୍ରିଜ ସହିତ ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ମାସରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀଙ୍କୁ ଗିରଫ କରିବା ସହିତ ଦିଲ୍ଲୀ ପୁଲିସ୍‌ ଅନ୍ୟ ଏକ ଆତଙ୍କବାଦୀ ଆକ୍ରମଣକୁ  ପଣ୍ଡ କରିଥିଲା। ଆତଙ୍କବାଦୀକୁ ଗିରଫ କରିବା ସହ ପୁଲିସ୍‌ କୁଆନ ଅଞ୍ଚଳରେ ଆତଙ୍କବାଦୀଙ୍କ ନିକଟରୁ ୧୫ କିଲୋଗ୍ରାମ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (ଆଇଡି) ଜବତ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ