ରାଜଧାନୀ ପାଠାଗାର ତରଫରୁ କମ୍ବଳ ବଣ୍ଟନ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ଦାନ, ପ୍ରଦାନ, ଅନୁଦାନ ଏସବୁ ଆମ ସଂସ୍କୃତିର ଭାଷା ଓ ଭାବ । ଷାଠିଏ ବର୍ଷରୁ ଉର୍ଦ୍ଧ୍ୱ କାଳ ଆମ ସଂସ୍କୃତି ଓ ଆମ ଭାଷାର ପ୍ରଚାର, ପ୍ରସାର ଓ ତାର ସୁରକ୍ଷା ଦାୟିତ୍ୱ ସମ୍ପାଦନ କରୁଥିବା ମଧୁସୂଦନ ନଗରରେ ଅବସ୍ଥିତ ରାଜଧାନୀ ପାଠାଗାର ଆନୁକୂଲ୍ୟରେ ଶ୍ରୀ ବଦ୍ରିନାରାୟଣ ମିଶ୍ର (ଟୁବୁରୁ)ଙ୍କ ନେତୃତ୍ୱରେ ସ୍ଥାନୀୟ ତାରିଣୀ ମନ୍ଦିରରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଡ଼ିସେମ୍ବର ୨୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗଦେଇ ବସ୍ତିବାସିନ୍ଦାମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିବେକାନନ୍ଦ ବାରିକ, ପ୍ରଶାନ୍ତ ପାଣି, ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଡ଼ିସେମ୍ବର ୨୨ ତାରିଖରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତରେ ବସ୍ତିବାସିନ୍ଦାମାନଙ୍କୁ ଏହି କମ୍ବଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜଧାନୀ ପାଠାଗାରର ସଦସ୍ୟମାନେ ଏବଂ ସୋଲାର କ୍ଲବର ସଦସ୍ୟମାନେ ଯୋଗ ଦେଇଥିଲେ । ବଦ୍ରିନାରାୟଣ ମିଶ୍ରଙ୍କ ଏହି ସେବା ପରାୟଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ବସ୍ତିବାସିନ୍ଦାମାନେ ଭୂରି ଭୂରି ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଅଙ୍ଗନବାଡ଼ି କେନ୍ଦ୍ରର ପିଲାମାନଙ୍କ ପାଇଁ ଏହିଭଳି କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ମିଶ୍ର ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ