ରାଜଧାନୀ ପୁଲିସ କାର୍ଯ୍ୟଧାରା ବିରୋଧରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା):ଶାନ୍ତିପୂର୍ଣ୍ଣ ବିଧାନସଭା ଘେରାଓ ବେଳେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତାଙ୍କ ଉପରେ ପୁଲିସର ମିଛ ମାମଲା ଦାଏର ପ୍ରତିବାଦ ପରିଲକ୍ଷିତ ହୋଇଛି ବାଲେଶ୍ୱରରେ । ବିଜେପି ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବିଜେପି ଯୁବକର୍ମୀମାନେ ଫାଣ୍ଡି ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ କୁଶ ପତ୍ତଳିକା ଦାହ କରିଛନ୍ତି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଯୁବମୋର୍ଚ୍ଚାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ପୁଲିସ ମାଡ଼ କରିବା କାହା ନିର୍ଦ୍ଦେଶରେ ବୋଲି ଶ୍ରୀ ଦତ୍ତ ପ୍ରଶ୍ନ କରିଛନ୍ତି । ଏହି ଆନ୍ଦୋଳନରେ ବିଜେଡିର କିଛି ଗୁଣ୍ଡା ଗଣ୍ଡଗୋଳ କରିବା ସହ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରିଥିଲେ । ସମ୍ପୃକ୍ତ ଗୁଣ୍ଡାଙ୍କ ବିରୋଧରେ ଅଭିଯୋଗ ହୋଇଥିଲେ ବି ପୁଲିସ ଅଦ୍ୟାବଧି ମାମଲା ରୁଜୁ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଶାସକ ଦଳର ଇଙ୍ଗିତରେ ଯୁବମୋର୍ଚ୍ଚାର ସଭାପତିଙ୍କ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପୁଲିସ ଗିରଫ କରିଛି । ଏହାର ପ୍ରତିବାଦରେ ଫାଣ୍ଡିଛକରେ ବିକ୍ଷୋଭ ପ୍ରଦର୍ଶନ ସହ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ର, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଦାସ, ପୂର୍ବତନ ଜିଲ୍ଲା ଉପ ସଭାପତି ଗଙ୍ଗାଧର ରାଉତ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ରାଜେନ୍ଦ୍ର ଚାଟାର୍ଜୀ, ମଣ୍ଟୁ ପେରିୱାଲ, ମୁନା ମହନ୍ତ, ସୌଭାଗ୍ୟ ମାନସ ନାୟକ, ଉମେଶ ବେହେରା, ଅରୂପ ଜେନା, ସର୍ବେଶ୍ୱର ବୁଗୁଡାଇ, ଖଗେନ୍ଦ୍ର ନାୟକ, ଅଭୟ ସ୍ୱାଇଁ, ଅବିନାଶ ସେଠୀ, ସଞ୍ଜୀବ ପ୍ରଧାନ, ପ୍ରଶାନ୍ତ ପରିଡା, ପ୍ରହଲ୍ଲାଦ ଦାସ, ଅନିଲ ମହାନ୍ତି, ସସ୍ମିତା ଶୁକ୍ଳା, ମହୁଆ ପ୍ରଧାନ, ସସ୍ମିତା ଚାନ୍ଦ, ପ୍ରତାପ ପ୍ରଧାନ, ଶକ୍ତିଶଙ୍କର ପାଣିଗ୍ରାହୀ, ଜିତେନ୍ଦ୍ର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।


