ରାଜଧାନୀ ପ୍ରତିଷ୍ଠା ଦିବସରେ ସମ୍ବର୍ଦ୍ଧିତ ହେଲେ ସିଲ୍ଭର ଗାନ୍ଧୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାରେ ସିଲଭର ଗାନ୍ଧୀ ନାମରେ ପରିଚିତ ମୋହନ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ଏବଂ ସିଲ୍ଭର ଗାନ୍ଧୀ ନାମରେ ଲୋକପ୍ରିୟ କଳାକାର ସମାଜସେବୀ ମୋହନ ମହାପାତ୍ର ଯାଜପୁରରୁ ପଦଯାତ୍ରାରେ ବାହାରି ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱରରେ ପହଂଚି ଥିଲେ । ବିଧାନସଭା ସମ୍ମୁଖରେ ପାଳିତ ହୋଇଥିବା ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ ମାନ୍ୟବର ବାଚସ୍ପତି ସୂର୍ଯ୍ୟନାରାୟ ପାତ୍ର, ଯୁଜପୁର ବିଧାୟକ ତଥା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସନ୍ଧ୍ୟାରେ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ସମାରୋହରେ ମାନ୍ୟବର ସୂଚନା, ଲୋକସମ୍ପର୍କ ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ସାରା ଭାରତବର୍ଷ ପଦଯାତ୍ରା କରି ଗାନ୍ଧୀଙ୍କ ଶାନ୍ତିବାର୍ତ୍ତା, ସ୍ୱଚ୍ଛ ପ୍ରଗତିର ମାଧ୍ୟମ ପାଲଟିଥିବା ସିଲ୍ଭର ଗାନ୍ଧୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରଥିଲେ ।


