ରାଜନଗର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣୀଙ୍କ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ରାଜନଗରସ୍ଥିତ ଉପନିବନ୍ଧକଙ୍କ କାର୍ଯ୍ୟାଲୟରେ କାର୍ଯ୍ୟରତ ଜନୈକ କନିଷ୍ଠ କିରାଣୀ ନିହାର ରଞ୍ଜନ ନାୟକଙ୍କ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ଜୋର ଧରିଛି । ସଂପୃକ୍ତ କନିଷ୍ଠ କିରାଣୀ ଜଣଙ୍କ ଇସି ବାହାର କରିବାକୁ ବହୁ ମୋଟ୍ଟା ଅଙ୍କର ଅର୍ଥ ଲାଞ୍ଚ ମାଗୁଥିବା ବେଳେ କାର୍ଯ୍ୟାଳୟ ଭିତରେ ମଦ୍ୟ ପାନ କରି ସାଧାରଣ ଲୋକମାନଙ୍କୁ ଅସଦ ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଛି । ଏସମ୍ପର୍କରେ ରାଜନଗର ଉପନିବନ୍ଧକଙ୍କ କାର୍ଯ୍ୟାଳୟର ମୋହରିର ସଙ୍ଘ ଓ କାର୍ଯ୍ୟାଳୟକୁ ଜମି ଖର୍ଦ୍ଦି ବିକ୍ରୀ କରିବାକୁ ଆସୁଥିବା ସାଧାରଣ ଲୋକମାନେ ଏ ନେଇ ଅଭିଯୋଗ କରିଛନ୍ତି । ସଂପୃକ୍ତ କନିଷ୍ଠ କିରାଣୀଙ୍କ କାର୍ଯ୍ୟକଳାପକୁ ନେଇ ଲୋକମାନେ ତ୍ରାହୀ ତ୍ରାହୀ ଡାକୁଥିବା ଦେଖିବାକୁ ମିଳିଛି । ତୁରନ୍ତ ସଂପୃକ୍ତ କନିଷ୍ଠ କିରାଣୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି ।