ରାଜନଗର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣୀଙ୍କ ବିରୋଧରେ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ରାଜନଗରସ୍ଥିତ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ କନିଷ୍ଠ କିରାଣୀଙ୍କ କାର୍ଯ୍ୟକଳାପକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସଂପୃକ୍ତ କନିଷ୍ଠ କିରାଣୀ ଜଣଙ୍କ ଇସି ବାହାର କରିବାକୁ ବହୁ ମୋଟ୍ଟା ଅଙ୍କର ଅର୍ଥ ଲାଞ୍ଚ ଦାବି କରୁଥିବା ବେଳେ କାର୍ଯ୍ୟାଳୟ ଭିତରେ ମଦ୍ୟ ପାନ କରି ସାଧାରଣ ଲୋକମାନଙ୍କୁ ଅସଦ ବ୍ୟବହାର କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏସମ୍ପର୍କରେ ରାଜନଗର ଉପନିବନ୍ଧକଙ୍କ କାର୍ଯ୍ୟାଳୟର ମୋହରିର ସଙ୍ଘ ଓ କାର୍ଯ୍ୟାଳୟକୁ ଜମି ଖର୍ଦ୍ଦି ବିକ୍ରୀ ପାଇଁ ଆସୁଥିବା ସାଧାରଣ ଲୋକମାନେ ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସଂପୃକ୍ତ କନିଷ୍ଠ କିରାଣୀଙ୍କ କାର୍ଯ୍ୟକଳାପକୁ ନେଇ ଲୋକମାନେ ତ୍ରାହୀ ତ୍ରାହୀ ଡାକୁଛନ୍ତିି । ତୁରନ୍ତ ସଂପୃକ୍ତ କନିଷ୍ଠ କିରାଣୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ