ରାଜନଗର ବିଧାୟକଙ୍କ ପିତାଙ୍କ ଶବାଧାରରେ କେନ୍ଦ୍ରାପଡାରେ ସମ୍ମାନ ଜଣାଇଲେ ବୁଦ୍ଧିଜୀବି
କେନ୍ଦ୍ରାପଡ଼ା ,(ଯୁଗାବ୍ଦ ନ୍ୟୁଜ୍): ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପିତା ସୂର୍ଗତ ଧନେଶ୍ୱର ସାହୁଙ୍କର ୮୬ବର୍ଷ ବୟସରେ ଭୂବନେଶ୍ୱରସ୍ଥିତ ଆମ୍ରି ହସପିଟାଲରେ ଶୁକ୍ରବାର ପରଲୋକ ହୋଇଯାଇଛି । ସୂର୍ଗତ ଧନେଶ୍ୱରଙ୍କ ମର ଶରୀରକୁ ଶୁକ୍ରବାର ଏକ ଗାଡିରେ ଭୂବନେଶ୍ୱରରୁ ତାଙ୍କ ରାଜନଗରର ବେଲପାଳସ୍ଥିତ ଗ୍ରାମକୁ ନିଆଯିବା ସମୟରେ ଗରାପୁର ଡାକବଙ୍ଗଳା ଠାରେ କେନ୍ଦ୍ରାପଡାର ବୁଦ୍ଧିଜୀବିମାନେ ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ଜଣାଇଥିଲେ । ସେମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ପିପି ଭୀମସେନ ଭୂୟାଁ, ଏପିପି ସଞ୍ଜୟ କୁମାର ଜେନା, ପ୍ରାକ୍ତନ ପୈାରାଧ୍ୟକ୍ଷ ଧିରେନ ସାହୁ, ଧିରେନ୍ଦ୍ର କୁମାର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଆଇନଜୀବି ପ୍ରଦୀପ କୁମାର ଦାଶ, ଗୋକୁଳି ରଞ୍ଜନ ଦାସ, ଗୋବର୍ଦ୍ଧନ ରାଉତ, ତ୍ରିଲୋଚନ ଦାସ, ଶିବପ୍ରସାଦ ଭଳ, ଗୋପାଳ ମହାପାତ୍ର, ସେକ ଚନ୍ଦନ, ସେକ ମତୁ ପ୍ରମୁଖ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ଜଣାଇଥିଲେ ।