ରାଜନାପଲ୍ଲୀ ଓ ଲୋକନାଥପୁର ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ; ଦୁଇ ଗ୍ରାମବାସୀ ମାନେ ଏଡିଏମଙ୍କୁ ଭେଟିଲେ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମ ପଞ୍ଚାୟତ ଅଧିନସ୍ଥ ରାଜନା ପ୍ରାଥମିକ ବିଦ୍ୟାଳୟ ଓ ଲୋକନାଥପୁର ୟୁ.ପି ସ୍କୁଲକୁ ବନ୍ଦ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ରାଜନାପଲ୍ଲୀ ପ୍ରାଥମିକ ବିଦ୍ୟାଳୟକୁ ଗେଦଲପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଏବଂ ଲୋକନାଥପୁର ୟୁ.ପି ସ୍କୁଲକୁ କତୁରୁ ସ୍କୁଲରେ ମିଶ୍ରଣ ଲାଗି ସ୍ଥିର ହୋଇଛି । ଏହାକୁ ବିରୋଧ କରି ୨୧ନଂ ଜିଲ୍ଲାପରିଷଦ ସଭ୍ୟ ଏସ.କିଶୋର ରେଡ୍ଡୀ, ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡୀ, ସମିତି ସଭ୍ୟ ଜୟଦେବ ଲେଙ୍କାଙ୍କ ନେତୃତ୍ୱରେ ଦୁଇଟି ଗ୍ରାମର ଗ୍ରାମବାସୀମାନେ ସୋମବାର ଅତିରିକ୍ତ ଜିଲ୍ଲପାଳ( ସାଧାରଣ) କବିନ୍ଦ୍ର କୁମାର ସାହୁଙ୍କୁ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ସମସ୍ୟା ଉପରେ ଜିଲ୍ଲାପ୍ରଶାସନ ନଗୁରୁତ୍ୱ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ମଧ୍ୟ ଦୁଇ ଗ୍ରାମବାସୀ ମାନେ କହିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ବିଜେଡି ନେତା କାମରାଜୁ ଖୁଣ୍ଟିଆ, ଅରୁଣ ପଣ୍ଡା, ଲୋକନାଥପୁର ସ୍କୁଲ କମିଟି ସଭାପତି ହଜାରି ଦାସ , ଦୁର୍ଯ୍ୟୋଧନ ଦାସ, ବିଦେଶୀ ଦାସ, ସିମାଞ୍ଚଳ ଦାସ, ରାଜନାପଲ୍ଲୀ ସ୍କୁଲ କମିଟି ସଭ୍ୟ, ସୁକାନ୍ତି ପାଣିଗ୍ରାହୀଙ୍କ ସମେତ ଦୁଇ ଗ୍ରାମର ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦ ଜଣରୁ କମ୍ ଛାତ୍ରଛାତ୍ରୀ ପଢୁଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ଲାଗି । କିନ୍ତୁ ବର୍ତ୍ତମାନ ରାଜନାପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ୨୩ରୁଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ରହିଥିବା ବେଳେ ଲୋକନାଥପୁର ୟୁ.ପି. ସ୍କୁଲରେ ୨୮ଜଣ ଛାତ୍ରଛାତ୍ରୀ ଅଛନ୍ତି । ଯେଉଁ ଛାତ୍ରଛାତ୍ରୀ ଅଛନ୍ତି ଏହା ସହିତ ଆହୁରି ଦୁଇଟି ବିଦ୍ୟାଳୟରେ ବହୁ ଛାତ୍ରଛାତ୍ରୀଙ୍କୁ ନୂତନ ଭାବରେ ନାମ ଲେଖାଇବାକୁ ବାରମ୍ବାର ଅଭିଭାବକମାନେ ଚେଷ୍ଟା କରିଥିଲେ ସୁଦ୍ଧା ଏହାକୁ ଶିକ୍ଷକମାନେ ସଫଳ କରିବାକୁ ଦେଉନାହାଁନ୍ତି । ଯଦି ଏହି ଦୁଇଟି ବିଦ୍ୟାଳୟ କୁ ଅନ୍ୟ ଦୁଇଟି ବିଦ୍ୟାଳୟରେ ମିଶିବ ତେବେ ଛୋଟ ଛୋଟ ପିଲାମାନେ ସେଠାକୁ ଯିବାରେ ଅସୁବିଧା ହେବ । ଲୋକାନାଥପୁର ଗ୍ରାମର ଛାତ୍ରଛାତ୍ରୀ ମାନେ କତୁରୁ ଯିବା ରାସ୍ତାରେ ଗୋଟିଏ ପୋଖରୀ ପଢୁଅଛି ସେଠାରେ ଛୋଟ ପିଲାମାନେ ବହୁତ ହଇରାଣ ହରକତ ହୋଇପାରନ୍ତି । ଏହି ଗ୍ରାମର ବହୁ ଛାତ୍ରଛାତ୍ରୀ ହରିଜନ ସଂପ୍ରଦାୟ ର ଅଟନ୍ତି । ଏଥିଲାଗି ଗ୍ରାମର ଝିଅ ପିଲାମାନେ ମୈାଳିକ ଶିକ୍ଷା ପାଇବାରୁ ବଂଚିତ ହେବେ । ସେହିପରି ରାଜନାପଲ୍ଲୀ ଗ୍ରାମ ର ଛୋଟ ଛୋଟ ଶିଶୁ ମାନେ ରାସ୍ତା ପାର ହୋଇ ଗେଦଲପଲ୍ଲୀ ଗଲା ବେଳେ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ଏଣୁ ଆଜି ଏହାକୁ ବିରୋଧ କରି ଦୁଇଗ୍ରାମବାସୀ ମାନେ ଛତ୍ରପୁର ଆସି ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର କରିଥିଲେ । ଏହାପୂର୍ବରୁ ଦକ୍ଷିଣାଂଚଳ ରାଜସ୍ୱ କମିଶନର , ଗଣଶିକ୍ଷା ବିଭାଗର ସଚିବ , ଛତ୍ରପୁର ଉପଜିଲ୍ଲପାଳଓ ଛତ୍ରପୁର ବିଇଓଙ୍କ ଉଦ୍ଦେଶ୍ୟରେ ମଧ୍ୟ ଲିଖିତ ସ୍ମାରକ ପ୍ରଦାନ କରାଯାଇଛି ବୋଲି ସରପଞ୍ଚ ଓ ସମିତି ସଭ୍ୟ କହିଛନ୍ତି ।
Attachments area