ରାଜନୀତିରୁ ଉର୍ଦ୍ଧରେ ରହି ଅଞ୍ଚଳର ବିକାଶ କରିବାକୁ ପରାମର୍ଶ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ରଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ଅନିତା ଶୁଭଦର୍ଶୀ ସ୍ଵତନ୍ତ୍ର ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ରିଙ୍କି ନାୟକ, ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଜେନା ମଞ୍ଚାଷିନ ଥିଲେ।ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମନାଲିସା କିଶକୁ ଗତ ଦୁଇ ବର୍ଷ ପୂର୍ବରୁ ହୋଇଥିବା ସମିତି ବୈଠକର ବିବରଣୀ ପ୍ରଦାନ କରିଥିଲେ। ସାନଖେମୁଣ୍ଡି ବ୍ଲକ ରେ ଦୀର୍ଘ ଦୁଇ ବର୍ଷ ପରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିବା ଶୁଣି ସାନଖେମୁଣ୍ଡି ବ୍ଲକ ଅଳରେ ସାଧାରଣ ଲୋକଙ୍କ ବିକାଶ କିଭଳି ହୋଇଛି ତାହାକୁ ନେଇ ଆସିକା ସାଂସଦ ଅନିତା ଶୁଭଦର୍ଶୀ କ୍ଷୋଭ ପ୍ରକାଶ କରିଛନ୍ତି। ରାଜନୀତିରୁ ଉର୍ଦ୍ଧରେ ରହି ଆମେ ଆମ ଅଞ୍ଚଳ, ଗ୍ରାମ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚାଇ ପାରିଲେ ଉପକୃତ ହୋଇପାରିବେ ବୋଲି ଉପସ୍ଥିତ ୨୬ଟି ପଞ୍ଚାୟତର ଜନପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଛନ୍ତି।ସେହି ଭଳି ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ତାଙ୍କର ବକ୍ତବ୍ୟ ରଖି କହିଥିଲେ ନିର୍ବାଚନ ସମୟରେ କିଏ କେଉଁ ଦଳ ହେଉନା କାହିଁକି ଆମେ ନିର୍ବାଚିତ ହେବା ପରେ ସମସ୍ତଙ୍କୁ ସାଥିରେ ନେଇ କାର୍ଯ୍ୟ କଲେ ଅଞ୍ଚଳର ବିକାଶ ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଏହା ପରେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟର ବିବରଣୀ ପ୍ରଦାନ ବେଳେ ଜନପ୍ରତିନିଧି ମାନେ ପ୍ରଶ୍ନ କରିଥିଲେ। ମେଡିକାଲ ଅଛି ଡାକ୍ତର ନାହାନ୍ତି, ସ୍କୁଲ ମଧ୍ୟରେ ଏ ଏନ୍ଏମ ସେଣ୍ଟର ଚାଲିଛି।କେତେକ ଅଞ୍ଚଳରେ ଏ ଏନ୍ ଏମ ସେଣ୍ଟର ଟେଣ୍ଡର ସରିଛି ଠିକାଦାର କରୁନି । ଏନେଇ ଆଡପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବାହନ ଦାସ କହିଛନ୍ତି ଡେପୁଡେସନରେ ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚାଲିଯିବା ଫଳରେ ସମସ୍ୟା ହେଉଛି ମତ ପ୍ରକାଶ କରିଛନ୍ତି।ପ୍ରାଥମିକ ସ୍କୁଲ ଅଛି ଶିକ୍ଷକ ନାହାନ୍ତି, ଛାତ୍ର ଛାତ୍ରୀଙ୍କ ପାଇଁ ପାଠ ପଢିବା ପାଇଁ ଶ୍ରେଣୀ ଗୃହ ନାହିଁ, ପଟିଗୁଡ଼ା ପଞ୍ଚାୟତ ସୁନ୍ଦରପୁର ରେ ସ୍ମାର୍ଟ ସ୍କୁଲ ଅଛି କିନ୍ତୁ ପିଅନ କ୍ଲର୍କ ଦୁଇଜଣ ଶିକ୍ଷକରେ ଚାଲିଛି ସ୍କୁଲ ଏନେଇ ସରପଞ୍ଚ ସିମାଞ୍ଚଳ ଗୌଡ଼ ଅଭିଯୋଗ କରିଛନ୍ତି। ସେହି ଭଳି ଶିଶୁ ବିକାଶ ବିଭାଗ ପକ୍ଷରୁ କରାଯାଉଥିବା ବ୍ଲକ ସ୍ତରୀୟ ବୈଠକକୁ ସମିତି ସଭ୍ୟ ମାନଙ୍କୁ ଡକାନଜିବା ,ସମିତି ସଭ୍ୟ ମାନେ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷଙ୍କୁ ନିର୍ବାଚିତ କରିବା ପରେ ସେମାନଙ୍କର ଭୂମିକାକୁ ନେଇ ଗୌତମୀ ସମିତି ସଭ୍ୟ ସମିତି ବୈଠକରେ ମତ ରଖି ଉଦବେଗ ପ୍ରକାଶ କରିଛନ୍ତି। ଏନେଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଭବାନୀ ବେହେରା କହିଛନ୍ତି ଏକା ମାସ ହେବ ସାନଖେମୁଣ୍ଡି ଆସିଛି ଆଗାମୀ ଦିନରେ କୌଣସି ଭୁଲ ହେଵ ନାହିଁ ପ୍ରତ୍ୟେକ ବୈଠକକୁ ଚିଠି କରାଯିବ । ଅଙ୍ଗନବାଡ଼ି ଗୃହ ପ୍ରତ୍ୟେକ ପଞ୍ଚାୟତରେ ଅଧା କାମ ହୋଇ ପଡ଼ିରହିଛି । ଟଙ୍କା ମିଳୁନି କାମ ହେଉନି। ଗୋଟିଏ କେନ୍ଦ୍ରରେ ୩ଟି କେନ୍ଦ୍ରର ଶିଶୁ ମାନେ ପଢୁଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ ଅଭିଯୋଗ କରିଛନ୍ତି। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଛି କିନ୍ତୁ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ଜନସାଧାରଣ ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ଉପମା ଘଡେ଼ଇ କହିଛନ୍ତି ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେଉନାହାନ୍ତି ଯାହା ଫଳରେ ସମସ୍ୟା ଅଛି କିନ୍ତୁ ବିଭାଗ ପକ୍ଷରୁ ଲିଖିତ ଭାବେ ଦିଆଯାଇଛି ଯଥା ଶୀଘ୍ର କରାଯିବ।ଉଦ୍ୟାନ ବିଭାଗ ପକ୍ଷରୁ କୌଣସି ସୂଚନା ମିଳୁ ନାହିଁ ବିଭାଗର କାର୍ଯ୍ୟାଳୟ କେଉଁଠି ପ୍ରତିନିଧି ମାନଙ୍କୁ ଜଣାନଥିବା ନେଇ ଅଭିଯୋଗ କରିଛନ୍ତି। ମୂର୍ତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଆସୁଥିବା ପ୍ରକଳ୍ପ କିଏ କରୁଛି କାହାରିକୁ ଅବଗତ ନଥିବା ଅଭିଯୋଗ କରିଛନ୍ତି। ସମସ୍ତ ଅଭିଯୋଗ ଶୁଣିବା ପରେ ମାନ୍ୟବର ସାଂସଦ କହିଛନ୍ତି ସମସ୍ୟା ଆମର ଆମେ ଦୂର କରିବା ପ୍ରତ୍ୟେକ ୩ ମାସ ରେ ସମିତି ବୈଠକ ହୁଏ ସମସ୍ୟା ରହିବା ନାହିଁ ।ବିଧାୟକ ଙ୍କ ମତ ପ୍ରକାଶ କରିଛନ୍ତି ବର୍ତ୍ତମାନ ସରକାର ଶିକ୍ଷକ ନିଯୁକ୍ତି ଦେଇଛନ୍ତି ।ନୂଆ ସରକାର ଆସିବା ପରେ କିଛି ସମୟ ଲାଗିବ ଶୀଘ୍ର ସବୁ ସମସ୍ୟା ସମାଧାନ ହେବ।
ଅନ୍ୟ ବିଭାଗ ମଧ୍ୟରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଭବାନୀ ବେହେରା ,କୃଷି ଉପରେ ସରକାରଙ୍କ ଯେଉଁ ଯୋଜନା ରହିଛି ବ୍ଲକ କୃଷି ଅଧିକାରିଣୀ ଜୟ ପ୍ରଭା ଆଚାର୍ଯ୍ୟ ବିସ୍ତୃତ ଆଲୋଚନା କରିଥିଲେ।ସେହିପରି କ୍ଷୁଦ୍ର ଜଳ ସେଚନ ବିଭାଗ,ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ,ବନ ବିଭାଗ,ଯୋଗାଣ ବିଭାଗ ପକ୍ଷରୁ ସୁବ୍ରତ କୁମାର ଚୌଧୁରୀ,ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନେ ଜନପ୍ରତିନିଧି ନେତୃବୃନ୍ଦ ବ୍ଲକ ର।ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତି ଥିବାବେଳେ ଶେଷ ରେ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଧନ୍ୟ ବାଦ ଅର୍ପଣ କରି ବୈଠକ ଶେଷ ହୋଇଥିଲା।