ରାଜନୀତିର ଋତୁ ବସନ୍ତ ନୁହେଁ; ହନ୍ତସନ୍ତ

ମାୟାଧର ନାୟକ

ନିର୍ବାଚନ ପରେ ନିର୍ବାଚନ । ରାଜୀନତିର ମଇଦାନ ଯେପରି ପାଲଟିଯାଇଛି ରଣାଙ୍ଗନ । ଏ ଭୂମି ଭୋଗିଛି କେତେକେତେ କର୍ମରକଷଣ, ଧର୍ମର ଧର୍ଷଣ, ମର୍ମବିଦାରକ ଆତ୍ମବିଭାଜନ – ଶୁଣିଛି ଭାଗ୍ୟ ବଦଳା ଇଦେବାର ଭୂରି ଭୂରି ଭାଙ୍ଗ ଖିଆଭାଷ୍ୟ ଓ ଭାଷଣ – ଭବ୍ୟଭବିତବ୍ୟଟିଏଭେଟାଇ ଦେବାର ଅପର୍ଯ୍ୟାପ୍ତ ଆସ୍ଫାଳନ । ଏ ବୃହତମ ଗଣତନ୍ତ୍ର ଦେଖି ଆସିଛି କେତେକେତେ କ୍ଷୁଦ୍ରତାର କ୍ଷୁରଚିହ୍ନ – ପିଢି ପରେ ପିଢି ପୀଡିତପୌରୁଷରକ୍ଷତଚିହ୍ନ । ବସ୍ତ୍ରହରଣଠୁଭୂମିହରଣ ପର୍ଯ୍ୟନ୍ତ ବହୁ ଅଘଟଣ ଅଙ୍ଗେ ନିଭାଇଆସିଛି ଏ ଜନଜୀବନ ।ରାଜନୀତିରଋତୁବସନ୍ତ ନୁହେଁ, ହନ୍ତସନ୍ତ ! ଏ ହନ୍ତସନ୍ତ ଋତୁରେ ଆମରାଜନୈତିକମଣିମାଏମଣିଥାନ୍ତି; ଜନ ଜରଦ୍‌ଗବ – ଗଣ ଗର୍ଦ୍ଦଭ – ମନ ମାଦଳ । ଏ ମଣିଷକୁ ପଥର କଲାକିଏ – ପାଠ୍ୟପୁସ୍ତକର ପୁଷ୍ଠାରୁ ପୃଥିବୀସାରା ପ୍ରଶ୍ନଟି ପରି ପ୍ରସରିଯାଉଛିଯେମିତିଗତସମୟରଏହିଗଳ୍ପଶୀର୍ଷକ । ରାଜ୍ୟଟିଏ ଅଛି, ରାଷ୍ଟ୍ରଟିଏ ଅଛି, ରାଜନୀତିଚାଲିଛି – ହେଲେଗୁରୁଣ୍ଡିପାରୁନି ଗଣତନ୍ତ୍ର – ଯଦିଚଏବେ ମଧ୍ୟ ବଂଚିଛି ! ବଂଚିଛି ଯେ – ମାତ୍ରସଂଚିଛିକିସେଇସ୍ୱାଧୀନତାର ସ୍ୱପ୍ନ, ସ୍ୱାଧିକାରରସ୍ୱାକ୍ଷର, ସ୍ୱାଭିମାନରସଂକଳ୍ପ?

ଏ ମଣିଷଗଢିଛିଈଶ୍ୱରଠୁଇତିହାସ – ସଭ୍ୟତାସଂସ୍କୃତି । ତାକୁକିନ୍ତୁଭାଙ୍ଗିଛି, ଭାଙ୍ଗୁଚିରାଜନୀତି । କେବେସେସିପାହି ତ ଆଉକେବେସହିଦ୍ – କେବେକରୁଣାପ୍ରାର୍ଥୀ ତ ଆଉକେବେଶରଣାର୍ଥୀ – କେବେସତୀର୍ଥ ତ ଆଉକେବେ ଅତୀର୍ଥ ! କୌଣସିଗୋଟିଏସ୍ଥିରବିନ୍ଦୁରେରହିପାରିନିସେ । ନିଜକୁବିଶେଷଭାବରେସ୍ଥାପିତକରିବାର ଅଭିଯାନରେସ୍ଥବିରତନ୍ତ୍ରୀରାଜନୀତି ଯେପରିମଣିଷକୁକେବଠୁକରିସାରିଛିବିସ୍ଥାପିତ !ସଂସ୍ଥାପିତରାଜନୀତି ଓ ବିସ୍ଥାପିତମଣିଷମଝିରେ ଅବସ୍ଥାପିତ ଏ ଗଣତନ୍ତ୍ର ଗୋବରଗଣେଶ ! ନୀତି ବଦଳୁଛି, ସ୍ଥିତି ବଦଳୁନି । ଯୋଜନାସୁରୁହେଲା ପରେବିଶେଳଚନାସରୁନି । ମାଟିକୁମାନଚିତ୍ରମନେକରୁଥିବାରାଜୀନତିରମୁଣ୍ଡିଆଳମହାମହିମବର୍ଗମଣିଷକୁମୂଲ୍ୟସୂଚୀରଖୁଚୁରାଦରରେହିଁ ଖର୍ଦିକରିବାରମତଲବୀ ଧାରାବଜାୟରଖିଛନ୍ତି । ଏପଟେଜେଟ୍ ପାଇଁବଜେଟ୍ ଅଛି, ସେପଟେସ୍ଲେଟ୍ ପାଇଁ ଆଦିବାସୀ ପିଲାଟି ପକେଟ୍‌ରେ ଫଟା ପାହୁଲାଟେ ନାହିଁ । ତାରତମ୍ୟଭିତରେଭୁଶୁଡିପଡିଛିଭାରସାମ୍ୟ । ଅର୍ଦ୍ଧବିକଶିତ ଅର୍ଥନୀତିର ପ୍ରକ୍ରିୟାକୁ ଅକ୍ତିୟାରକରିଚାଲିଛି ଅପଚୟ ଓ ଅପବ୍ୟୟର ଅବକ୍ଷୟୀରାଜନୀତି । ହୁକୁମ୍ ଆଗରେହକ୍‌ରହାଲ୍ଲାଶୁଣାଗଲେହାଉଳିଖାଉଛିହାକିମହୁକୁମାଙ୍କହାୱାମହଲ ।

ଦଳବହୁଳରାଜନୀତି । ଏକଦଳୀୟ, ଦ୍ୱିଦଳୀୟ, ବହୁଦଳୀୟଶାସନବ୍ୟବସ୍ଥାରେବ୍ୟୂହବଦ୍ଧ ନିର୍ଦଳୀୟଜନସମୁଦାୟ । ସେମାନେ ରାଜନୀତିକରନ୍ତି ନାହିଁ, ଦଳ ଗଢନ୍ତି ନାହିଁ – କିନ୍ତୁସେମାନଙ୍କ ନାଆଁରେରାଜନୀତିକରାଯାଏ, ଦଳ ଗଢାଯାଏ । ଶାସନରଶିଳରେ ଦେଶରବେସରବଟାଯାଏ । ମାଲ୍‌ମସାଲାମାଗିଅଣାଯାଏମୁନାଫାଖୋର୍‌ମହଜୁଦକାରୀମାନଙ୍କଠୁ । ନିର୍ଦଳୀୟଜନସମୁଦାୟ ପ୍ରତି ଅନୁରାଗ ନୁହେଁ, ଅନୁଗ୍ରହ ପ୍ରଦର୍ଶନ କଲା ପରିମଂଚାସୀନ ହୁଏ ଦଳୀୟରାଜନୀତି । ଦେଶରବିପତିତାଲିକା ପରସ୍ତପରସ୍ତହୋଇଯେତେବଢୁଥାଏ, ଦଳରସଂପତିତାଲିକାଲମ୍ବରରେଚୌଡାରେସେତେମାଡୁଥାଏ – ବିଧବାଭତାଠୁ ଆରମ୍ଭ କରିବାର୍ଦ୍ଧକ୍ୟଭତା ଯାଏଁ, ଗାଆଁଗଣ୍ଡାରେଗରିବମଜୁରିଆଙ୍କୁମହାତ୍ମାଗାନ୍ଧୀଗ୍ରାମୀଣକର୍ମନିଯୁକ୍ତିଯୋଜନାରରୂପାୟନଠାରୁବିଦ୍ୟାଳୟୀବାଳୁତବର୍ଗଙ୍କୁମାହାଳିଆମଧ୍ୟାହ୍ନଭୋଜନରେ ଆପ୍ୟାୟନ ଯାଏକେତେକେତେକରାମତିମରାମତିଭିତରେବିଚାଷୀମୂଲିଆର ଫଟାମାଟିମୁଣ୍ଡକୋଡୁଥାଏ – ଏଣେକିନ୍ତୁଜଳଜମିଜଙ୍ଗଲର ଜବରଦଖଲକାରୀଜଲ୍ଲାଦତନ୍ତ୍ର ବିରୋଧରେଗରିବଗୁରୁବାରଗୌଣଗଣତନ୍ତ୍ର ଲହରଉଠାଇଲଢୁଥାଏ ।

ଅକଳିତ ଅବ୍ୟବସ୍ଥାସତ୍ୱେବ୍ୟବସ୍ଥା ବଦଳୁ ନଥାଏ । ରେଡ୍‌କାର୍ପେଟ୍‌ରେରାଜନୀତିଚାଲୁଥିଲାବେଳେରେସ୍‌କୋର୍ସ ପଡିଆରେ ଦଳ ଦଉଡୁଥାଏ । ଜନତା ପଲ୍ଲୀରେ ପଡିଥିବାବେଳେନେତା ଦରବାରକରୁଥାଏ ଦିଲ୍ଲୀରେ । କାହିଁକିନା ଇଏ ରାଜନୀତିକକାରବାର । ପତାକାରାଜଧାନୀରେଉଡୁଥିବାବେଳେ ପଟୁଆରରାଜରାସ୍ତାରେ । କାହିଁକିନା ଇଏ ଦଳୀୟବ୍ୟାପାର । ଦଳ ଆଉରାଜୀନତି – ରାଜନୀତି ଆଉ ଦଳ – ଏଯାଏଁ ଆମେ ଦୁଇଟାକୁଗୋଟାଏ ନଜରରେ ନିରେଖିଆସିଛୁକେବଳ । ଏବଠୁ ନିଆରା ଆଖିରେ ନଜରଅନ୍ଦାଜକରିବାକୁ ପଡିବ ଦଳ ଓ ରାଜନୀତିକାହା ପାଇଁ, କାହାକୁନେଇ । ନିର୍ଦଳୀୟଜନସମୁଦାୟଗୋଟିଏରାଜନୀତିରମଇଦାନରେ ଦେଖିଆସିଛନ୍ତିହରେକ୍‌ରକମର ଦଳ । ଏ ଦଳ – ସେ ଦଳ – ଅନେକ ଦଳରରାଜନୀତି ପ୍ରକୃତରେ ଦେଶରମଣିଷ ପାଇଁକେତେ ଅଟକଳ, କେତେ ଆକଳନ କରିଥାଏ, ସେବାବଦରେବାବଦୂକବର୍ଗଯେତେବାଗାଡମ୍ବରକରୁଥିଲେହେଁଖୋଦ୍ ଦେଶରମଣିଷମୂକ । ତା’ ଭାଷାରାଜନୀତିର ପରିଭାଷାରେ ପରିଣତହୋଇପାରିନିଏଯାଏଁ । ତା’ ଭାବ ଦଳରବହୁମତସମର୍ଥିତବୋଧଗମ୍ୟତାଠାରୁଏବେବି ଦୂରରେ । ଏବେସମୟ ଆସିଛି, ଦଳ ଓ ରାଜନୀତିର ଦରବାରକୁମଣିଷ ନ ଯାଇମଣିଷ ପାଖକୁ ଯିବ ଦଳ ଓ ରାଜନୀତି । ମଣିଷ – ସେମଣିଷକୁକିନ୍ତୁଲୋଡାଯିବକେବେ? ଖୋଜାଯିବକେଉଁଠି? ସେ କ’ଣ ପାଉଁଶ ପାଟବିଲର ପାଳଭୂତ? ଫାଙ୍କାଚାଷଜମିସେପଟେତା’ ବାସଉଜାଡିଦେଇ ସେ ତ କେବଠୁଫେରାର୍ ! ସେ କ’ଣ ପୋଡାପାହାଡର ପହରାଦାର୍‌? ଆମେ ତ ତା’ ପାହାଡରୁପଥର ତାଡିନେଇତିଆରିକରିଚାଲିଛେ ଆମରାଜପଥ ! ସେ କ’ଣ ତା’ହେଲେଜଙ୍ଗଲରଜଙ୍ଗୀ ଯାଯାବର? ଆମେ ତ ଜଙ୍ଗଲର ଫଳ ଖାଇମୂଳକୁ ବ ଚଳୁକରିଚାଲିଛେବରାବର !କେଉଁଠିଖୋଜିବାତାକୁ? ତା’ର ଦେଖା କ’ଣ ମିଳିବ ଆମ ନିର୍ବାଚନୀ ପ୍ରଚାରସଭାରେ, ଆମଭୋଟ୍‌କେନ୍ଦ୍ରରସେଇସବାଶେଷ ଧାଡିରେ ନା ରେସନ୍‌କାର୍ଡ୍ ଧରିଥିବାଭୋକିଲାଭିଡରେ? ଜନମଂଚରେମିଳେକିଖୋଜୁଥିବାମଣିଷକୁ? ସେ ତ ମନରେ ନାହିଁ, ମିଳିବକେଉଁଠି?

ନିର୍ଦଳୀୟଜନସମୁଦାୟ ପ୍ରତି ନିର୍ଦୟତା ଅନ୍ତ ହେଉଏବେ । ସ୍ୱାଧୀନତା ଯଦି ସେଦିନ ଥିଲାଜନ୍ମଗତ ଅଧିକାର, ସମାନତା ଆଜିହେଉ ପ୍ରତ୍ୟେକମଣିଷ ପାଇଁବଂଚିବାର ଅଧିକାର । ନୋହିଲେରାଜନୀତି କ’ଣ ପାଇଁ? ଲୋକେବେଜିତ୍‌ହେଉଥିବେବାଟରେଘାଟରେ ଆଉ ଥୋକେମାତିଥିବେବାଘଘରେମିରିଗନାଟରେ – କ’ଣ ଏଇଥି ପାଇଁ? ଦଳ କ’ଣ ପାଇଁ? କୁହାଳିଆମାନେ ଦୁହାଁଳିଆ ଆଉବାକୀମାନେ ସାକ୍ଷୀମାନେ – କ’ଣ ଏଯାଏଁଚାଲିଥିବଏମିତି ଏ ପାଲା ? ରଥ ଗଢୁଥିବରାଜନୀତି ଅଥଚ ପଥ ହୁଡୁଥିବ ପ୍ରଜାପୁଞ୍ଜ – ଏ ଦେଶର ଦଳବଳକେତେକାଳମାନିନେଉଥିବଏଇଭଳିବିରୋଧାଭାସରବିଡମ୍ବନା ?

ଆମର ଏ ଦେଶ ଯେତେବେଳେ ବିଦେଶୀଶାସନ ବିରୋଧରେ ଅହୋରାତ୍ର ଥିଲା ଆନ୍ଦୋଳନପ୍ରବଣ, ସେତେବେଳେବିଭିନ୍ନଶିବିରସତ୍ୱେ ତଥା ନାନାନେତୃତ୍ୱାଧୀନ ଧାରାମଧ୍ୟରେଜନସାଧାରଣ ଥିଲେଗୋଟିଏଲକ୍ଷ୍ୟକୁନେଇଐକ୍ୟବଦ୍ଧ । ତାହା – ସ୍ୱାଧୀନତା । ଅନେକ ଆଶା ଥିଲାଜନସମୁଦାୟର – ପ୍ରତ୍ୟେକଭାରତୀୟହେବ ଏକ ନୂତନ ଭାରତବର୍ଷରଉତରାଧିକାର । ମାତ୍ର ପ୍ରାପ୍ୟସ୍ୱରୂପ ପ୍ରଥମରୁମିଳିଲା ପ୍ରତାରଣା – ଏକ ଦ୍ୱିଖଣ୍ଡିତ ଦେଶ । ଦଙ୍ଗାଦୁର୍ଗତବିଭାଜିତଭାରତବର୍ଷ କ’ଣ ଥିଲାସ୍ୱାଧୀନ ଭାରତବର୍ଷ ? ଭାରତୀୟଜନମାନସରସମୂହ – ଅବଚେତନାରେସେତେବେଳଠୁଯେଉଁଶୂନ୍ୟତାସୃଷ୍ଟିହେଲା, ତାହା ଆଜିବି ଅପୂର୍ଣ୍ଣ ।

ସ୍ୱାଧୀନତା ପରେଶାସନର ଆସନ ଅଳଙ୍କୃତକଲେ ତଥାକଥିତ ଦେଶୀମାନେ, କିନ୍ତୁ ଆତ୍ମାରେବିଦେଶୀଛଡାସେମାନେ ଆଉ କ’ଣ ଥିଲେ? ଦେଶରମଣିଷକୁଏମାନେ ଭଲପାଇପାରିଲେକି?ଶାସନରଢାଂଚାବି ପ୍ରସ୍ତୁତହେଲାସେଇବିଦେଶୀକାଇଦାରେ । ଶାସକପକ୍ଷ ଓ ଜନପକ୍ଷମଧ୍ୟରେଗୋଟିଏମଲାଙ୍ଗଗୋଷ୍ଠୀ ପରିବର୍ତିରହିଲେ ପ୍ରଶାସନ ପକ୍ଷ – ମଧ୍ୟସ୍ଥଭୂମିକାରେ । ଅର୍ଥାତ୍‌ନେତୃତ୍ୱ ଓ ଜନଶକ୍ତିମଧ୍ୟରେସଂପର୍କ ପ୍ରତ୍ୟକ୍ଷ ନୁହେଁ, ପରୋକ୍ଷହେବାକୁହିଁବାଧ୍ୟ ହେଲା । ଜନସ୍ୱାର୍ଥ, ଜନମତ, ଜନଭାଷା, ଜନଜୀବନ ଅପେକ୍ଷା ଅଧିକଗୁରୁତ୍ୱପୂର୍ଣ୍ଣବିବେଚିତହେଲା ପ୍ରଶାସକୀୟ ଫାଇଲ୍‌ଚାଷ ! ବିଦେଶୀଭାଷାରେ ଦସ୍ତଖତ ଦେଇଆସୁଥିବା ଦେଶୀ ପ୍ରଶାସକବର୍ଗଭୁଲିଗଲେସ୍ୱଦେଶୀରସମସ୍ୟା । ଦାବୀନାମା, ଦରଖାସ୍ତର ଦୀର୍ଘ ଧାରାବାହିକତାଶେଷରେ ପରିଣତହେଲା ଦୁର୍ନୀତିଗ୍ରସ୍ତ ପ୍ରଶାସକୀୟତା ଆନୁକୂଲ୍ୟରେଡଷ୍ଟବିନ୍‌ରତୁଚ୍ଛତୁକୁଡାରେ ! ଜନଅସନ୍ତୋଷଜନିତ ଆନ୍ଦୋଳନରୁ ଆରମ୍ଭ କରିଗଣସଂଗଠନରଅଭ୍ୟୁତ୍‌ଥାନକୁ ଅଘଟନ ଘୋଷଣାକରିଯେଉଁମାନେ ଲାଠିବୁଲାଇଲେ, ଗୁଳି ଫୁଟାଇଲେ, ଦମନଲୀଳାଚଳାଇଗଲେ, ସେମାନେ କୌଣସିବିଦେଶୀସେନାକିବ୍ରିଟିଶ୍‌ବାହିନୀ ନୁହଁନ୍ତି – ସେମାନେ ହେଉଛନ୍ତି ଆମଭାରତୀୟ ପୁଲିସ୍‌ସେବାଧୀନ ପାରାମିଲିଟାରୀଫୋର୍ସ୍ । ଅର୍ଥାତ୍‌ସ୍ୱଦେଶୀରଶତ୍ରୁବିଦେଶୀ ନୁହେଁ, ଦେଶୀ !

ଦେଶରସ୍ୱାଧୀନତା ଦେଶବାସୀଙ୍କ ପାଇଁମଧ୍ୟରାତ୍ରରମରୀଚିକାମାତ୍ର । ପ୍ରଶାସକଭୂମିକାରେକିଛିଉଚ୍ଚବେତନଭୋଗୀବୃତିଜୀବୀଶାସନବ୍ୟବସ୍ଥାରବିଭିନ୍ନବିଭାଗୀୟମନ୍ତ୍ରାଳୟଠୁ ଆରମ୍ଭ କରିସଚିବାଳୟ ପର୍ଯ୍ୟନ୍ତ ସବୁଠିସଂକ୍ରମିତଏବଂ ଏଇ କତିପୟକୂର୍ମଙ୍କ ପିଠିରେ ଲଦା ଚାଲିଥିବାବିରାଟଭାରତରଭାଗ୍ୟ, ଭବିଷ୍ୟତରଯୋଜନା ଓ ପ୍ରକଳ୍ପ ଗୁଡିକୁ ଜନସାଧାରଣଙ୍କ ପ୍ରତିଶାସକ ପକ୍ଷରଶ୍ଳେଷଛଡା ଆଉ କଣ କୁହାଯାଇପାରେ? ଶାସନ ବ୍ୟବସ୍ଥାରେ ଶାସକଦଳ ଓ ବିରୋଧୀଦଳଙ୍କ ଉପସ୍ଥିତି ଆଜି ତେଣୁଗୋଟିଏ ଗଣତାନ୍ତ୍ରିକଗ୍ରୀକ୍‌ଟ୍ରାଜେଡିର ଅଧୁରା ଅଧ୍ୟାୟ ପରିମନେହେବାରେବାବିଚିତ୍ରତା କ’ଣ ଅଛି ? ଆମରାଜନୈତିକ ନାୟକ / ଅପନାୟକବର୍ଗ ପ୍ରଶାସକ ପକ୍ଷକୁ ପାରିଷଦ କରି ଜନତାକୁ କେବଳ ଜୋକର ବନାଇବାରେ ବ୍ୟସ୍ତ !ହଁ, ସେଇଜୋକର୍ – ଯିଏ କାନ୍ଦୁଥିଲେ ବି ତାଳିମାରିତା’ ଲୁହକୁ କୁହାଯାଏ ନିଗିଡି ପଡୁଥିବା ଟୋପା ଟୋପା ହାସ୍ୟରସ ।

ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ