ରାଜନୀତି ନିର୍ବାଚନ ରଣାଙ୍ଗନରେ ଗୋଟିଏ ଘରୁ ଲଢେଇ କରିବେ ସ୍ୱାମୀ ସ୍ତ୍ରୀ ଓ ନଣନ୍ଦ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ପରେ ବିଭିନ୍ନ ଦଳ ପକ୍ଷରୁ ପ୍ରାଥି ମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଓଡ଼ିଶାର ପାନ ଦୋକାନରୁ ଚା ଦୋକାନ ପର୍ଯ୍ୟନ୍ତ ସବୁଠି ନିର୍ବାଚନ ଚର୍ଚ୍ଚା । ଚଳିତ ପଞ୍ଚାୟତ ନିର୍ବାଚନରେ ଅନେକ ରୋଚକ ଚିତ୍ର ସାମ୍ନାକୁ ଆସୁଛି । କେଉଁଠି ଗୋଟିଏ ପରିବାରୁ ଅନେକ ପ୍ରାର୍ଥୀ ଭିନ୍ନ ଭନ୍ନ ଦଳରୁ ଲଢୁଛନ୍ତି ତ କେଉଁଠି ଭାଇ ଭାଇ ଆଲଗା ହୋଇ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ଏଭଳି ଏକ ମଜାଦାର ଘଟଣା ମୟୁରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକ ର ତିଳକୋଟି ପଞ୍ଚାୟତ ରୁ ଆସିଛି। ଗୋଟିଏ ପରିବାରରୁ ୩ ଜଣ ସଦସ୍ୟ ତ୍ରିସ୍ତରୀୟ ନିର୍ବାଚନ ଲଢ଼ୁଛନ୍ତି । ଏହି ପରିବାରକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହେଇଛି । ରରୁଆଁ ବ୍ଲକ ଅନ୍ତର୍ଗତ ତିଳକୋଟି ପଞ୍ଚୟତରେ ସ୍ୱାମୀ ମନ ରଞ୍ଜନ ତିରିଆ ଓ ସ୍ତ୍ରୀ ମିନୁ ଚାତାର ସରପଞ୍ଚ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏବେ ସରପଞ୍ଚ ମଧ୍ୟ ଅଛନ୍ତି ମିନୁ ଚାତାର । ଚଳିତ ବର୍ଷ ତ୍ରିସ୍ତରୀୟ ନିର୍ବାଚନରେ ଗୋଟିଏ ପଞ୍ଚାୟତରୁ ସ୍ୱାମୀ ଓ ସ୍ତ୍ରୀ ପ୍ରାର୍ଥୀ ହେଇଛନ୍ତି । ମଇଦାନରେ ସରପଞ୍ଚ ପଦବୀ ପାଇଁ ଲଢ଼େଇ ହେବ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ । ଏମାନଙ୍କ ମଧ୍ୟରୁ ଜଣେ ସରପଞ୍ଚ ହେବାକୁ ମନ ବଳେଇ ପ୍ରାର୍ଥୀ ଭାବେ ଇଚ୍ଛା ପ୍ରକାଶ କରୁଥିବାରୁ ନିର୍ବାଚନର ଛିଡା ହୋଇଛନ୍ତି ତ ଆଉ ଜଣେ ଲୋକଙ୍କ ଆଗ୍ରହକୁ ନେଇ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା ରେ ଅବତୀର୍ଣ ହେଇଛନ୍ତି । କେବଳ ଭାଇ ଭାଉଜ ନୁହଁନ୍ତି ନଣନ୍ଦ ବି ଏହି ନିର୍ବାଚନ ଲଢ଼ୁଛନ୍ତି । ନଣନ୍ଦ ଅନ୍ନପୂର୍ଣ୍ଣା ଚାତାର ଯଶିପୁର ବ୍ଲକର ୪୧ ଜୋନରେ ନିର୍ବାଚନ ଲଢୁଛନ୍ତି । କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ଜିଲ୍ଲାପରିଷଦ ପ୍ରାର୍ଥୀ ଟିକେଟ ଦିଆଯାଇଛି । ସେ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥୀ ହେଇ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି । ତେବେ ଏହି ଭାଇ ଓ ଭାଉଜ ମଧ୍ୟରେ ନିର୍ବାଚନ ଲଢେଇରେ କିଏ ନିର୍ବାଚନ ମଇଦାନରେ ମୁକୁଟ ପିନ୍ଧିବ ତାହା ଦେଖିବାକୁ ବାକି ରହିଲା ।