ରାଜନୀତି ବିଜ୍ଞାନ ବିଭାଗ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବୁଗୁଡା, (ଅନିଲ କୁମାର ମହାରଣା):ସ୍ଥାନୀୟ ପିପୁଲସ କଲେଜ ରାଜନୀତି ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀମାନଙ୍କୁ ଡିସେମ୍ବର ୨୧ ତାରିଖ ଦିନ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗର +୩ ପ୍ରଥମ ବର୍ଷରେ ଯୋଗଦେଇଥିବା ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷ ପ୍ରଫେସର ରଜନୀକାନ୍ତ ଦାଶ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ରାଜନୀତି ବିଜ୍ଞାନ ମୁଖ୍ୟ, ପ୍ରଫେସର ଅକ୍ଷୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବାକୁ କାମନା କରିଥିଲେ। ଏହି ଅବସରରେ ନୂତନ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ। ଅଧ୍ୟାପକ ବିନୋଦ କୁମାର କର ନବାଗତ ଛାତ୍ରଛାତ୍ରୀଙ୍କୁ ବିଭାଗର ନୀତିନିୟମ ବିଷୟରେ ଅବଗତ କରାଇଥିଲେ। ଅଧ୍ୟାପକ ଲୋକନାଥ ବେହେରା ଛାତ୍ରଛାତ୍ରୀଙ୍କୁ ଚରିତ୍ର ଗଠନ ବିଷୟ ରେ ପରାମର୍ଶ ପ୍ରଦାନ କରିଥିଲେ। ପ୍ରଥମେ ରାଜନୀତି ବିଜ୍ଞାନ ବିଭାଗର ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ, ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ବୃନ୍ଦ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଲେଜର ଅନ୍ୟାନ୍ୟ ଅଧ୍ୟାପକ ଆତ୍ମା ପ୍ରକାଶ ନାୟକ, ଡ଼ଃ ପ୍ରଦୀପ କୁମାର ଦାଶ, ଡ଼ଃ ଜୟରାମ ବିଷୋୟୀ, ଡ଼ଃ ସଞ୍ଜୟ କୁମାର ପ୍ରଧାନ, କ୍ରିଷ୍ଣା ରାଓ ପାତ୍ର, ଅଜୟ କୁମାର ସାହୁ, ରବୀନ୍ଦ୍ର ପୋଲାଇ, ଭଗବାନ ସ୍ବାଇଁ, କିଶୋର ଚନ୍ଦ୍ର ପଣ୍ଡା, ଓ ମନୋଜ କୁମାର ଦାଶ ଏବଂ ଅଧ୍ୟାପିକା ଅନିତା ଦେବୀ, ରଶ୍ମିତା ପଟ୍ଟନାୟକ ଓ ରଶ୍ମିତା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଛାତ୍ରୀ ପୂଜା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।