ରାଜନୀତି ବିଭାଗର ଭୋଟର ସଚେତନତା ରାଲି
ହିଂଜିଳିକାଟୁ (ଶେଷଦେବ ସାହୁ) ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ବୁଧବାର ବ୍ଳକର ଶିକିରି ଗ୍ରାମରେ ଭୋଟର ସଚେତନତା ନେଇ ରାଲି, ପ୍ରଥପ୍ରାନ୍ତ ସଭା ଓ ନାଟକ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ବିଦ୍ୟାଳୟ ଯୋଜନା ଆୟୋଗ ସମ୍ପ୍ରସାରିତ କାର୍ଯ୍ୟକ୍ରମକୁ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଦେବପ୍ରିୟା ପରିଡ଼ାଙ୍କ ସଂଯୋଜନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଂଜାମ ଜିଲା ସମ୍ବାଦିକ ୟୁନିଅନର ଉପ ସଭାପତି ଦ୍ୱିତୀକୃଷ୍ଣ ପଣ୍ଡା ମୁଖ୍ୟଅତିଥି , ଗ୍ରାମ ପଂଚାୟତ ଜନ ପ୍ରତିନିଧି ଲଡ଼ୁ କିଶୋର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମତଦାନ ଅଧିକାରକୁ କର୍ତବ୍ୟ ଭାବେ ପାଳନ କରିବାକୁ ଅତିଥି ମାନେ ଉଦ୍ବୋଧନ ଦେଇଥିଲେ । ଦେଶ ଓ ସମାଜରେ ଉନ୍ନତି ପାଇଁ ବିନା ଭୟ ଓ ବାଧାରେ ମତଦାନ ଅଧିକାର କରିବା ସହ ଅନ୍ୟକୁ ମତଦାନ କରିବାକୁ ପ୍ରବର୍ତାଇବାକୁ ଛାତ୍ରଛାତ୍ରୀ ମାନେ ରାଲିରେ ଆହ୍ୱାନ ଦେଇଥିଲେ । ଗ୍ରାମର ମୁଖ୍ୟ ଛକରେ ଚିନ୍ମୟ ପୋଲାଇଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘କଳୁଷିତ ରାଜନୀତି’ ଓ ‘ମୁଁ ନାଗରିକ ହେବି’ ନାମକ ୨ଟି ପ୍ରଥପ୍ରାନ୍ତ ନାଟକ ପରିବେଷଣ ହୋଇଥିଲା । ଅଧାପକ ମନୋଜ କୁମାର ଡ଼ାକୁଆ ପରିଚାଳନାରେ ସହଯୋଗ କରିଥିଲେ । ଆରତୀ ପାଣିଗ୍ରାହୀ, ଅନ୍ନପୂର୍ଣ୍ଣା ପାଳ,ଟୁଟୁ ପ୍ରଧାନ, ରଂଜିତ ପାଣିଗ୍ରାହୀ, ରୋଜାଲିନି ପାଢ଼ି, ଅପର୍ଣ୍ଣା ପାଢ଼ି ପ୍ରମୁଖ ଅଭିନୟରେ ଭାଗ ନେଇଥିଲେ । ସଂସ୍କାର ପଟ୍ଟନାୟକ, ହିଂମାଶୁ, ଚିନ୍ମୟ,ରାଜଶ,ରବିନଙ୍କ ସହ ବିଭାଗର ବହୁ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ବହୁ ଗ୍ରାମବାସୀ ଉଚ୍ଚ ପ୍ରଶଂସା କରିଥିଲେ ।


