ରାଜନେତାଙ୍କ ତୋରଣ ଓ ବ୍ୟାନରରେ ଝଲସୁଛି ଆସିକା
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଆଜି ନୂଆବର୍ଷକୁ କିଏ କିପରି ପାଳିଛନ୍ତି । ବୁଧବାର ନବବର୍ଷ ପଡିଥିବାରୁ ବିଭିନ୍ନ ସାହିବସ୍ତିର ଯୁବପିଢୀମାନେ ପ୍ରାୟ ଭୋଜିଭାତରେ ମାତିଥିବା ବେଳେ ବୟସ୍କ ବ୍ୟକ୍ତିମାନେ ମନ୍ଦିରକୁ ଯାଇ ୨୦୨୫ ମସିହାଟି ଭଲରେ କଟୁ ବୋଲି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିବା ଦେଖିବାକୁ ମିଲିଥିଲା । ଅପରପକ୍ଷରେ ଆସିକା ଅଞ୍ଚଳବାସୀଙ୍କୁ ନୂତନବର୍ଷର ଅଭିନନ୍ଦନ ବାର୍ତ୍ତା ଜଣାଇବା ପାଇଁ ବିଭିନ୍ନ ଦଳର ତୁଙ୍ଗ ତଥା ଆଗଧାଡିର ରାଜନେତା ମାନେ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଟାଙ୍ଗିଥିବା ବ୍ୟାନର ଓ ପ୍ଳେକ୍ସ ବ୍ୟାନରରେ ଆସିକା ଅଞ୍ଚଳ ଝଲସି ଉଠିଥିବା ଲକ୍ଷ୍ୟ କରାଯାଇଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁଙ୍କ ସମେତ ଆସିକା ଏନ୍ଏସି କାଉନସିଲର ନିଗମାନନ୍ଦ ରାଉତ, ଯୁବ ବିଜେଡି ନେତା ଜିତେନ୍ଦ୍ର କୁମାର ମହାରଣା, କେ.ରବିନ୍ କୁମାର ପାତ୍ର, କେଶବ ଦାଶଙ୍କ ସମେତ ବହୁ ବରିଷ୍ଠ ରାଜନେତାଙ୍କ ଫ୍ଲେକ୍ସ ବ୍ୟାନର ବିଭିନ୍ନ ଛକ ଜାଗା ମାନଙ୍କରେ ଶୋଭା ପାଉଥିବା ଲକ୍ଷ୍ୟ କରାଯାଇଛି ।


