ରାଜନୈତିକ ଆକ୍ରୋଶ ରଖି ଗାଳିଗୁଲଜ: ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ,ମହିଳାଙ୍କ ଥାନା ଘେରାଉ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) :ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧିନ ଟିଲୋ ମାଳିସାହି ଗ୍ରାମରେ ରାଜନୈତିକ ଆକ୍ରୋଶ ରଖି କିଛି ଅସାମାଜିକ ଯୁବକ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଗ୍ରାମର ମହିଳା ମାନେ ଶନିବାର ରାତିରେ ଥାନା ଘେରାଉ କରିଥିଲେ । ମାତ୍ର ଥାନା ପରିସରରେ ଅସାମାଜିକ ଯୁବକ ମାନେ ମହିଳା ମାନଙ୍କୁ ଆକ୍ରମଣ କରିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଥିନେଇ ଉଭୟ ପକ୍ଷଙ୍କ ଅଭିଯୋଗ କ୍ରମେ ଥାନାରେ ଦୁଇଟି ମାମଲା ରୁ୍ଜ୍ଜୁ ହୋଇଛି । ବନ୍ତ ବିଜେପି ମଣ୍ଡଳ ସଭାନେତ୍ରୀ ପଙ୍କଜିନୀ ଲେଙ୍କା ଓ ଗ୍ରାମର ମହିଳା ମାନଙ୍କ ଅଭିଯୋଗରୁ ପ୍ରକାଶ ଯେ, ବନ୍ତ ଥାନା ଅଧିନ ଟିଲୋ ମାଳିସାହି ଗ୍ରାମର ଜନୈକ ୪ ଜଣ ଯୁବକ ଗତ ୨୩ ତାରିଖ ଠାରୁ ରାଜନୈତିକ ଆକ୍ରୋଶ ରଖି ଗ୍ରାମର ଲୋକ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଆସୁଥିବା ବେଳେ ନାନାଦି ଧମକ ଦେଇଆସୁଥିଲେ । ଗତ ଶନିବାର ରାତି ୮ଟା ବେଳେ ଉପରୋକ୍ତ ଯୁବକ ମାନେ ପୂର୍ବଭଳି ଆଚରଣ କରିବାରୁ ଗ୍ରାମବାସୀ ମାନେ ସେମାନଙ୍କୁ ବିରୋଧ କରିଥିଲେ । ଏଥିସହ ଗ୍ରାମବାସୀ ମାନଙ୍କ ପକ୍ଷରୁ ଥାନାକୁ ଫୋନ କରାଯାଇଥିଲେ ମଧ୍ୟ ପୋଲିସ ପହଞ୍ôଚବାରେ ବିଳମ୍ବ ହେବାରୁ ଗ୍ରାମର ମହିଳା ମାନେ ଥାନାରେ ପହଞ୍ôଚ ଅଭିଯୋଗ କରିବା ସହ ଥାନା ଘେରାଉ କରିଥିଲେ । ଏହି ସମୟ ମଧ୍ୟରେ କିଛି ଅସାମାଜିକ ଯୁବକ ମାନେ ଥାନା ପରିସରରେ ମହିଳା ମାନଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣାରେ ପୋଲିସ କେସ ନଂ-୬୦/୧୯ ମୂଳେ ୧୫ରୁ ଅଧିକ ଯୁବକଙ୍କ ନାମରେ ମାମଲା ରୁଜ୍ଜୁ କରିଥିବା ବେଳେ ଅପରପକ୍ଷର ଗୋଲକ ସାମଲଙ୍କ ଅଭିଯୋଗ ମୂଳେ ପୋଲିସ କେସ ନଂ-୫୯/୧୯ ମୂଳେ ଅନ୍ୟ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ଏହି ଘଟଣାକୁ ନେଇ ଉକ୍ତ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଶାନ୍ତି ଶୃଂଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଅପରପକ୍ଷେ ରବିବାର ଭୋର ସମୟରେ ଉକ୍ତ ଗ୍ରାମର ଜନୈକ ଯୁବକ ଭଦ୍ରକରୁ ଘରକୁ ଫେରୁଥିବା ବେଳେ ଟିଲୋ ମାଳି ସାହି ଛକରେ ତାଙ୍କୁ ଅସାମାଜିକ ଯୁବକ ମାନେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ