ରାଜନୈତିକ ଶତ୍ରୁତା ଯୋଗୁଁ ଶିକ୍ଷକ ଙ୍କ ନାଁ ରେ ଥାନାରେ ଏତଲା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ରେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ବିଜେଡ଼ି ର ୨ ଗୋଷ୍ଠୀ ମଧ୍ୟରେ ରାଜନୈତିକ ଶତ୍ରୁତା ରୁ ଛକାପଞ୍ଝା ଲାଗିରହିଛି।ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ ଟା ରେ ବଜ୍ରଗୁମ୍ମା ଗ୍ରାମର ସନାତନ ସାହୁ ନାମକ ଜଣେ ବିଜେଡ଼ି ସମର୍ଥକ ଭ୍ରମରପୁର ଗ୍ରାମରେ କାମ ସାରି ବାଇକ ଯୋଗେ ଗାଁ କୁ ଫେରୁଥିବା ବେଳେ ଢେପାପେଣ୍ଠ ଗାଁ ଛକ ରେ ଶିକ୍ଷକ କାଳୁ ଚରଣ ସାହୁ ଙ୍କ ନେତୃତ୍ୱରେ ବିଜେଡ଼ି ର ଅନ୍ୟଏକ ଗୋଷ୍ଠୀ ସନାତନ ଙ୍କୁ ରାସ୍ତା ଉପରେ ଅଟକାଇ ସଂଘବଦ୍ଧ ଆକ୍ରମଣ କରିଥିଲେ। ସନାତନ ଙ୍କ ମୁଣ୍ଡ ଓ ଆଖି ପତା ରେ ଗଭୀର ଆଘାତ ଲାଗିଥିବା ଅଭିଯୋଗ ହୋଇଛି।ଗୁରୁତର ଆହାତ ସନାତନ ଙ୍କୁ ବମୋକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ଏନେଇ କେ.ନୂଆଗାଁ ଥାନାରେ ଏତଲା ହୋଇଛି।ଘଟଣାର ତଦନ୍ତ ଚାଲିଥିବା ଥାନା ଆଇ ଆଇ ସି ମୃତ୍ୟୁଞ୍ଜୟ ସ୍ୱାଇଁ କହିଛନ୍ତି।ଘଟଣା ପରେ ଢେପାପେଣ୍ଠ ଗାଁ ଏବଂ ବଜ୍ରଗୁମ୍ମା ଗାଁ ରେ ଚାପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୋଲିସ କହିଛି। ପ୍ରକାଶ ଯେ , ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏବଂ ପରେ ଏହି ପଞ୍ଚାୟତରେ ଏକାଧିକ ରାଜନୈତିକ ସଂଘର୍ଷ ଘଟିଥିଲା। ବିଜେଡ଼ି ର ଉଭୟ ଗୋଷ୍ଠୀ ମଧ୍ୟରେ କେ.ନୂଆଗାଁ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡିଛି।