ରାଜପଥ ଉପରେ ଦୁଇ ବାଲି ଟ୍ରକ ଜବତ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ତହସିଲ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଦୁଇ ଗୋଟି ବାଲି ଟ୍ରକକୁ ଜବତ କରାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ବୈତରଣୀ ନଦୀରୁ ଦୈନନ୍ଦିନ ଲକ୍ଷଲକ୍ଷ ଟଙ୍କାର ବାଲି ଚାଲାଣ ହେଉଥିବା ବେଳେ ପୁଲିସ ଓ ତହସିଲ ପ୍ରଶାସନ ଏହାକୁ ରୋକିବା ପାଇଁ ଶତଚେଷ୍ଟା କରୁଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରୁନାହିଁ । ଆଜି ତହସିଲଦାର ସରୋଜକାନ୍ତ ନାୟକ ଦୁଇ ରାଜସ୍ୱ ଅଧିକାରୀଙ୍କ ସହିତ ନଦୀ ଆଖପାଖ ଅଂଚଳ ଯାଞ୍ଚ କରି ଫେରୁଥିବା ବେଳେ ରାଜପଥରୁ ଦୁଇ ବେଆଇନ ବାଲି ଟ୍ରକକୁ ଜବତ କରିଥିଲେ । ଗୋଟିଏ ଗାଡି ଠାରୁ ୧୦ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ବେଳେ ଖବର ଲେଖାହେବା ଯାଏଁ ଅନ୍ୟ ଟ୍ରକଟି ତହସିଲ କାର୍ଯ୍ୟାଳୟରେ ଅଟକ ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ