ରାଜପଥ ପାର୍ଶ୍ଵରୁ ମଦ ଜବତ 

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଡାହାଲା ଛକ ଠାରେ ଥିବା ଏକ ଢାବା ନିକଟରୁ ଵ୍ୟାପକ ପରିମାଣରେ ବିଦେଶୀ ମଦ ଜବତ ହୋଇଥିବା ବେଳେ ଜଣେ ଗିରଫ ହୋଇଛି।ସେହିଭଳି କୁଶଗଡିଆ ଛକ ଠାରୁ ଵିଦେଶୀ ମଦ ସହିତ ଜଣେ ଗିରଫ ହୋଇଛି। ଭଦ୍ରକ ଅବକାରୀ ଅଧିକ୍ଷକ ଗୌତମ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଵୁଧବାର ଭୋର ସମୟରେ ଉକ୍ତ ଦୁଇଗୋଟି ସ୍ଥାନରେ ଚଢାଉ ହୋଇଥିଲା । ଧାମନଗର ଅଵକାରୀ ଥାନାଧିକାରୀ ଜଗନ୍ନାଥ ମିଶ୍ର, ମୁରଲୀ ପ୍ରଧାନ, ସନ୍ତୋଷ ଦାସ, ସଂଧ୍ୟାରାଣୀ ସେନାପତି ଚଢାଉରେ ସାମିଲ ଥିଲେ। ୧୮୦ମିଲି ଗ୍ରାମ ଲେଖାଏଁ ଥ୍ରୀଏକ୍ସ ରମ ମଦ ୭୦ଵୋତଲ ଜବତ ହୋଇଥିବା ବେଳେ ବିକ୍ରି କରୁଥିବା ଅଭିଯୋଗରେ ସୌମ୍ୟରଂଜନ ରାୟ ଓ ରସାନନ୍ଦ ନାୟକ କୁ ଗିରଫ କରିଛି ଅବକାରୀ ବିଭାଗ । ଏନେଇ ଓଡିଶା ଅବକାରୀ ଆଇନ ଅନୁଯାୟୀ ଦୁଇଗୋଟି ମାମଲା ରୁଜୁ ହୋଇଥିଵା ଵେଳେ ଅଭିଯୁକ୍ତ ଦ୍ଵୟ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ