ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ତଦାରଖ କଲେ ଉଚ୍ଚ ପଦସ୍ଥ ଅଧିକାରୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଏବେ ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ଠାରୁ ରାହାଞ୍ଜ ଯାଏଁ ୬ଲାଇନ ବିଶିଷ୍ଟ ପ୍ରଶସ୍ତିକରଣ କାର୍ଯ୍ୟ ହେଉଥିବାବେଳେ ଆଜି ଉଚ୍ଚପଦସ୍ଥ ଅଧିକାରୀ ମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଏହିପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ଠାରୁ ବିଣ୍ଣୁପୁର ଯାଏଁ ଶେଷ ହୋଇଥିବା ରାସ୍ତା କାର୍ଯ୍ୟକୁ ଅଧିକାରୀ ମାନେ ତଦାରଖ କରିଥିଲେ । ବ୍ଲକର ପୁରୀପଡା, ଛତାବର, ଧାମନଗରଛକ, ବାରିକପୁର, ଦରଡା ପ୍ରମୁଖ ସ୍ଥାନ ମାନଙ୍କରେ ଅଧିକାରୀ ମାନେ ପହଞ୍ଚି ରାସ୍ତା କାର୍ଯ୍ୟର ମାନ ପରୀକ୍ଷା କରିଥିଲେ । ଏହାଛଡା ଯାତାୟତ ସୁବିଧା ଦୃଷ୍ଟିରୁ ଭଣ୍ଡାରିପୋଖରୀ ବଜାର, ପାଳଦା ବାଙ୍କ, ବାରିକପୁର ବଜାର, ବିଷ୍ଣୁପୁର ପ୍ରମୁଖ ସ୍ଥାନରେ ନିର୍ମାଣ ହେଉଥିବା ଓଭରବ୍ରିଜକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଅଧିକାରୀ ମାନେ କାର୍ଯ୍ୟରତ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସୂଚିତ ପ୍ରଶସ୍ତିକରଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା କାମକୁ ଅତି ମନ୍ଥର ଗତିରେ କରୁଥିବାରୁ ଉଚ୍ଚପଦସ୍ଥ ରାଜପଥ କତ୍ତୃପକ୍ଷ ବାରମ୍ବାର ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ