ରାଜମିସ୍ତ୍ରୀ ତାଲିମର ଅନ୍ତିମ ଆକଳନ କାର୍ଯ୍ୟକ୍ରମ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ପଞ୍ଚାୟତର ୩୦ ଜଣ ରାଜମିସ୍ତ୍ରୀଙ୍କୁ ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସହଯୋଗରେ ଜିନ୍ଦଲ ଗ୍ରୁପ୍ ତରଫରୁ ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଲିମ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ କୋଭିଡ୍ ପାଇଁ ରାଜମିସ୍ତ୍ରୀ ମାନଙ୍କର ଦକ୍ଷତା ଆକଳନ ହୋଇପାରିନଥିଲା । ଆଜି ରାଜମିସ୍ତ୍ରୀ ମାନଙ୍କର ୨ ଦିନିଆ ତାଲିମ ଓ ଦକ୍ଷତା ଆକଳନ କାର୍ଯ୍ୟକ୍ରମ ବଡବର୍ଚ୍ଚିକୟାଁ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ସରପଞ୍ଚ ବିଷ୍ଣୁ ମୋହନ ଯେନା ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପିଏଜି ଅକ୍ଷୟ ପଣ୍ଡା ଯୋଗ ଦେଇଥିଲେ । ଜିନ୍ଦଲ ଗ୍ରୁପର ତାଲିମଦାତ୍ରୀ ସ୍ୱପ୍ନା ସରିତା ମହାନ୍ତି ଓ ପରୀକ୍ଷକ ଅନୁପ ସ୍ୱାଇଁ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।