ରାଜର୍ଷି ନବକୃଷ୍ଣ ଚୌଧୁରୀ ଥିଲେ ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ରାଜର୍ଷି ନବକୃଷ୍ଣ ଚୌଧୁରୀଙ୍କ ୩୮ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ ବିଧାନସଭା ସମ୍ମୁଖରେ ଥିବା ପ୍ରତିମୂର୍ତ୍ତିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ସ୍ୱର୍ଗତ ଚୌଧୁରୀଙ୍କ ନିଶା ନିବାରଣ ଆଇନ, ଭୂ-ସଂସ୍କାର ଆଇନ ତଥା ଓଡ଼ିଆ ଭାଷା, ସାହିତ୍ୟ ପ୍ରତି ଅବଦାନ ଥିଲା ଅତୁଳନୀୟ । ପୂର୍ବତନ ମୁଖ୍ୟମନ୍ତ୍ରୀ, ସ୍ୱାଧୀନତା ସଂଗ୍ରାମୀ, ଭାଷାବିତ୍‌, କୃଷକବନ୍ଧୁ ତଥା ସାଧାରଣ ଜନତାଙ୍କ ହୃଦୟର ମଣିଷ । କୃଷକ, ଶ୍ରମଜୀବୀଙ୍କ ଅଭାବ, ଅସୁବିଧାକୁ ଆଖି ଆଗରେ ରଖି ତାହା ଉପରେ ନିଷ୍ଠାପର ଭାବରେ କାର୍ଯ୍ୟ କରିବା ପାଇଁ ସର୍ବଦା ଚେଷ୍ଟିତ ଥିଲେ । ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ମାନ୍ୟତା ଦେବା ଉଦ୍ୟମ କରିବାରେ ସେ ଥିଲେ ସର୍ବପ୍ରଥମ ବ୍ୟକ୍ତିତ୍ୱ । ଏହା ସହିତ ଜଣେ ରାଜନୀତିଜ୍ଞ ଓ ସ୍ୱାଧୀନତା ସଂଗ୍ରାମୀ ଭାବେ ତାଙ୍କର ଅବଦାନ ଥିଲା ଅବର୍ଣ୍ଣନୀୟ । ଜଣେ ସରଳ, ନିଷ୍କପଟ ବ୍ୟକ୍ତିତ୍ୱ ଭାବେ ସମଗ୍ର ଓଡ଼ିଶାରେ ସେ ଥିଲେ ବିରଳ । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, ନନ୍ଦକିଶୋର ସାମଲ, ବି. ମୂରଲୀଧର, ଗିରିଜା ମହାପାତ୍ର, ଶରତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ