ରାଜଶ୍ରୀର ମନୋଜ୍ଞ ଆଭାସୀ ଆଲୋଚନାଚକ୍ର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମାସିକ ବନ୍ଧୁ ମିଳନ ଓ ଆଲୋଚନାଚକ୍ର ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ବାର୍ଷିକ ଉତ୍ସବର ଅବ୍ୟବହିତ ପୂର୍ବରୁ ପ୍ରାୟୋଜିତ ବନ୍ଧୁ ମିଳନର ଏହି ମାହେନ୍ଦ୍ର ମୁହୁର୍ତ୍ତରେ ମାସିକ ରାଜଶ୍ରୀ “ଇ” ପତ୍ରିକାର ନଭେମ୍ବର ମାସ ସଂଖ୍ୟା ବିଶେଷାଙ୍କ ‘ରାଜଶ୍ରୀ’ କୁ ବିଶିଷ୍ଟ ନାଟ୍ୟକାର ଡକ୍ଟର ଅଲେଖ ପ୍ରସାଦ ମହାରଣା ଉନ୍ମୋଚନ କରିଥିଲେ । ଇ ପତ୍ରିକାର ମୁଖ୍ୟ ସମ୍ପାଦକ ବରିଷ୍ଠ କବି ସଞ୍ଜୟ କୁମାର ରଥ ଏବଂ ସଂଯୋଜିକା କବି ସୁପ୍ରିୟା ସାହୁଙ୍କ ଅଳଙ୍କରଣରେ ପତ୍ରିକାଟି ଲୋକାର୍ପିତ ହୋଇଥିଲା । ସୁନାମଧନ୍ୟ ଭାଷ୍ୟକାର ଅନାଦି ଚରଣ ମାହାଳି ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ ତଥା ଶ୍ରମିକନେତା ଫକିର ଚରଣ ଖଟୁଆ, କବି ପ୍ରକାଶ କୁମାର ମିଶ୍ର ପ୍ରମୁଖ “ଜୀବନ ନିର୍ମାଣ ହିଁ ସାହିତ୍ୟର ସାଧନା” ଉପରେ ଆଲୋଚନା କରିବା ସହ ଇ ପତ୍ରିକାର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ରାଜଶ୍ରୀ ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏବଂ ଆଶୁକବି ହେମନ୍ତ ଜେନାଙ୍କ ସଞ୍ଚାଳନରେ ପରିଚାଳିତ ଏହି ଆଭାସୀ ବୈଠକରେ ସହସମ୍ପାଦିକା କବି ସୁପ୍ରିୟା ସାହୁ ଜଗନ୍ନାଥ ଭଜନ ପରିବେଷଣ, କାର୍ଯ୍ୟକାରୀ ସଭାପତି କବି ମଞ୍ଜୁଶ୍ରୀ ବରାଳ ସ୍ୱାଗତ ଭାଷଣ ଏବଂ ମୁଖ୍ୟ ସମ୍ପାଦକ ସଞ୍ଜୟ କୁମାର ରଥ ପତ୍ରିକାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ରାଜ୍ୟ ସଂଯୋଜକ କବି ନଗେନ୍ଦ୍ର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଇତ୍ୟବସରରେ କବି ବନଲକ୍ଷ୍ମୀ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ସୁରେଶ ଚନ୍ଦ୍ର ରଥ, ଅକ୍ଷୟ କୁମାର ମହାନ୍ତି ନିର୍ମାଲ୍ୟ, ଭାଷ୍ୟକାର ଅନାଦି ଚରଣ ମାହାଳି, ଡଃ. ରମାକାନ୍ତ ନାୟକ, ନିରୂପମା ପାଣି, ଦ୍ୱାରିକାନାଥ ଦାସ, ସୁଜିତ କୁମାର ପଣ୍ଡା, ବନଲକ୍ଷ୍ମୀ ମହାନ୍ତି, ବିବାସିନୀ ପଟ୍ଟନାୟକ, ବୀନାପାଣି ଚୈାଧୁରୀ, ମଞ୍ଜୁଶ୍ରୀ ବରାଳ, ରଞ୍ଜନ କୁମାର ଦଳାଇ, ରୀତା ଅପରାଜିତା ମହାନ୍ତି, ଗୀତିକାର ଗୀତାଞ୍ଜଳି ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।