ରାଜଶ୍ରୀର ସାଙ୍ଗଠନିକ ଆଭାସୀ ବୈଠକ ଓ କର୍ମଶାଳା

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ସାଙ୍ଗଠନିକ ଆଭାସୀ ବୈଠକ ତଥା ସମୀକ୍ଷାୟନ କର୍ମଶାଳା ପରିବେଶବିତ ତଥା ରାଜଶ୍ରୀର କାର୍ଯ୍ୟକାରୀ ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଆଶୁକବି ହେମନ୍ତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଆଭାସୀ ବୈଠକକୁ ମୁଖ୍ୟ ଉପଦେଷ୍ଟା କବି ସଂଜୟ କୁମାର ରଥ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ରାଜଶ୍ରୀର ପୂର୍ବତନ ଉପସଭାପତି ଦୀନବନ୍ଧୁ ଦାସ ଓ ଲୋକପ୍ରିୟ ଚିକିତ୍ସକ ଡାକ୍ତର ବୈଷ୍ଣବ ଚରଣ ପରିଡାଙ୍କ ବିୟୋଗରେ ନୀରବ ପ୍ରାର୍ଥନା ସହ ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା । ଆସନ୍ତା ଅକ୍ଟୋବରମାସ ପ୍ରଥମ ସପ୍ତାହରେ ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବ ପାଳନ, ରାଜଶ୍ରୀର ମୁଖପତ୍ର ପ୍ରକାଶନ, ସମ୍ବର୍ଦ୍ଧନା ପର୍ବ ଓ ସାଂସ୍କୃତିକ ଉତ୍ସବ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସାମାଜିକ ଗଣମାଧ୍ୟମରେ ବର୍ତ୍ତମାନ ଚର୍ଚ୍ଚାର ପରିଧିରେ ଥିବା ଅନୁଷ୍ଠାନକୁ ରାଜ୍ୟସ୍ତରରେ ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଯୁବନେତା ରାଜେଶ ପଣ୍ଡା, କବି ଚିତ୍ରାରଣୀ ପାତ୍ର, ଭକ୍ତ ଚରଣ ସାହୁ, ବିମଳ ପ୍ରସାଦ ପରିଡା, ଅଧ୍ୟାପକ ନିଧି ସାହୁ, ପ୍ରେମାନନ୍ଦ ଜେନା, ଭରତ ଚରଣ ରାଉତ, ରାଜକିଶୋର ମୁଣ୍ଡି, ବ୍ରଜସୁନ୍ଦର ସାହୁ, ସୁଜିତ୍ କୁମାର ପଣ୍ଡା, ସୁପ୍ରିୟା ସାହୁ, ମୋନାଲିସା ସିଂହ, ବନଲକ୍ଷ୍ମୀ ମହାନ୍ତି, ଅନସ୍ୱୟା ମଲ୍ଲିକ, ମଞ୍ଜୁଶ୍ରୀ ବରାଳ, ରଞ୍ଜିତା କୁମାରୀ ପତି, ପ୍ରିୟବ୍ରତ ଦାଶ, କୃପାସିନ୍ଧୁ ଦାଶ ମହାପାତ୍ର, ମାନୁପ୍ରିୟା ସାହୁ, ଅଶୋକ କୁମାର ଦାଶ, ଶିଶୁ କବି ଦିବ୍ୟାଂଶୀ ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ ବେଦପାଠ, ସହସମ୍ପାଦିକା ସୁପ୍ରିୟା ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗିତାଞ୍ଜଳୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ