ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ପରିଚାଳନା ସମିତିର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ପରିଚାଳନା ସମିତିର ଏକ ବୈଠକ କେନ୍ଦ୍ରାପଡା ସହର ଉପକଣ୍ଠ ଠାକୁରହାଟସ୍ଥିତ ସୁଦର୍ଶନ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜଶ୍ରୀର ପ୍ରାୟୋଜିତ ହେବାକୁ ଥିବା ୩୪ତମ ବାର୍ଷିକ ଉତ୍ସବ ସମ୍ପର୍କରେ ଏହି ବୈଠକରେ ବିଶେଷ ଆଲୋଚନା କରାଯାଇଥିଲା । ସଭାପତି କାଶୀନାଥ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପୁରୀ ଠାରେ ଆସନ୍ତା ଡିସେମ୍ବରମାସ ୩ ଓ ୪ତାରିଖ ଦୁଇଦିନ ଧରି ସମାହିତ ହେବାକୁ ଥିବା ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ଓଡିଶା ବିଧାନସଭାର ସଚିବ ଦାଶରଥି ଶତପଥୀ, ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ରଞ୍ଜନ କୁମାର ଦାସ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ବିଶିଷ୍ଟ ସମାଜସେବୀ ତଥା ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ରକ୍ଷକ ରାମକୃଷ୍ଣ ଦାସ ମହାପାତ୍ର, ବରିଷ୍ଠ କବି ସଞ୍ଜୟ କୁମାର ରଥ, ବିଶିଷ୍ଟ ସମାଜସେବୀ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ପ୍ରମୁଖ ପ୍ରତମ ଅଧିବେଶନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସମ୍ପାଦକ ହେମନ୍ତ ଜେନା ସୂଚନା ଦେଇଥିଲେ । ଡିସେମ୍ବରମାସ ୩ତାରିଖ ପୂର୍ବାହ୍ନ ୧୦ଟାରେ ଆୟୋଜିତ ହେବାକୁ ଥିବା ପ୍ରଥମ ଅଧିବେଶନରେ ଅନୁଷ୍ଠାନର ବାର୍ଷକ ବିଶେଷାଙ୍କ “ରାଜଶ୍ରୀ” ସମେତ ବିଭିନ୍ନ କବିଙ୍କ ପୁସ୍ତକ ଲୋକାର୍ପଣ, ସମ୍ବର୍ଦ୍ଧନା ପର୍ବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେବଦାସୀ ନୃତ୍ୟ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ସନ୍ଧ୍ୟାରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ରାଜ୍ୟସ୍ତରୀୟ ‘ବେଳାଭୂମୀ କବିତା ପାଠୋତ୍ସବ’ ଅନୁଷ୍ଠିତ ହେବ । ଏହି ସାରସ୍ୱତ ସମାବେଶରେ ବିଶିଷ୍ଟ ସାହିତ୍ୟକାର ଲୋକନାଥ ମିଶ୍ର ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ବହୁ ସାହିତ୍ୟିକ ବନ୍ଧୁ ଯୋଗଦେବାକୁ ସ୍ୱିକୃତୀ ପ୍ରଦାନ କରିଛନ୍ତି । ଉତ୍ସବର ବିଭିନ୍ନ ଦାୟୀତ୍ୱ ସଦସ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଭଗବତୀ ସରକାରୀ ହାଇସ୍କୁଲର ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷୟିତ୍ରୀ ତଥା ରାଜଶ୍ରୀର କାର୍ଯ୍ୟକାରୀ ସଭାପତି ମଞ୍ଜୁଶ୍ରୀ ବରାଳଙ୍କୁ ମିଳିତ ଶିକ୍ଷକ ଓ କର୍ମଚାରୀ ସଙ୍ଘ ପକ୍ଷରୁ ରାଜଶ୍ରୀର ଉପଦେଷ୍ଟା ସାମ୍ବାଦିକ ଶ୍ରୀରାମ ଦାଶ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ଉପଦେଷ୍ଟା କବି ଡଃ. ଶ୍ରୀଧର ସାମଲ, ରାଜ୍ୟ ସଂଯୋଜକ ପ୍ରଣବ କୁମାର ଜେନା, କବି ବୃନ୍ଦାବନ ଦାସ, ସୈାଜନ୍ୟ ସମ୍ପାଦକ ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ, ବ୍ରଜସୁନ୍ଦର ସାହୁ, ସହସମ୍ପାଦକ ଅପର୍ତ୍ତି ଚରଣ ସେଠୀ, ପ୍ରସାର ସମ୍ପାଦକ ସୁଜିତ କୁମାର ପଣ୍ଡା, କାର୍ଯ୍ୟକାରୀ ସଦସ୍ୟା ଗୀତାଞ୍ଜଳି ସାହୁ, ଅକ୍ଷୟ କୁମାର ତରାଇ, କୈଳାସ ଚନ୍ଦ୍ର ବାରିକ, ମହେଶ୍ୱର ନାୟକ, କୃଷ୍ଣଚନ୍ଦ୍ର ସେଠୀ, ରଞ୍ଜନ କୁମାର ଦଳାଇ, ଧନେଶ୍ୱର ଦାସ ଓ ପ୍ରେମାନନ୍ଦ ହରିଚନ୍ଦନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅପର୍ତ୍ତୀ ଚରଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ