ରାଜସୁନାଖଳା ପ୍ରେସ କ୍ଲବ ପକ୍ଷରୁ ଶୋଭା ଯାତ୍ରା

ସୁନାଖଳା , (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ରାପଡାରେ ଗଣମାଧ୍ୟମର କାର୍ଯ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ସାସଂଦ ଅନୁଭବ ମହାନ୍ତି ଅଶ୍ଳିଳ ବ୍ୟବହାରକୁ ନେଇ ସାରା ରାଜ୍ୟରେ ବଢୁଛି ପ୍ରତିବାଦର ଶୁଅ । ଗୁରୁବାର ନୟାଗଡ ରାଜସୁନାଖଳା ପ୍ରେସ କ୍ଲବ ପକ୍ଷରୁ କାର୍ଯରତ ସାମ୍ବାଦିକ ମାନଙ୍କର ଏକ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ସାମ୍ବାଦିକମାନେ ବଜାର ପରିକ୍ରମା କରି ସାସଂଦ ଅନୁଭବ ମହାନ୍ତଙ୍କ କୁଶପୁତ୍ତଳିକା ରାଜସୁନାଖଳାସ୍ଥିତ କୁମାରୀ ଛକ ଠାରେ ଦାହ କରାଯାଇଛି । ଏଥିରେ ରଜସୁନାଖଳାର ସମସ୍ତ କାର୍ଯ୍ୟରତ ସାମ୍ବାଦିକ , ବୁଦ୍ଧିଜିବି ମାନେ ଯୋଗଦେଇ ସାମ୍ବାଦିକଙ୍କୁ ନ୍ୟାୟ ମିଳିବା ଆବଶ୍ୟକ ବୋଲି କହିଥିଲେ । ଉକ୍ତ ଶୋଭାଯାତ୍ରାକୁ ପ୍ରଭାତ ରଞ୍ଜନ ଦାସ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ