ରାଜସୁନାଖଳା ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଉତ୍ସବ ପାଳିତ

ରାଜସୁନାଖଳା,(ଯୁଗାବ୍ଦ ନ୍ୟୁଜ୍‌): ଖୋର୍ଦ୍ଧା ଜିଲ୍ଲା ଋଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁବାର ଚତୁବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗୋଷ୍ଠି ଶିକ୍ଷାଧିକାରୀ ଉପେନ୍ଦ୍ର ନାଥ ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଉତ୍ସବର ଶୁଭାଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ସେହିପରି ମୁଖ୍ୟବକ୍ତା ଭାବରେ ଗୋପାଳ ଚନ୍ଦ୍ର ପ୍ରସାଦ ମହାପାତ୍ର ସ୍ଥାନୀୟ ବିଶ୍ୱବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ତରାସ, ସଭାପତି ବଂଶୀଧର ମହାରଣା, ସଂପାଦକ ସନ୍ତୋଷ କୁମାର ସାହୁ ମଞ୍ଚାସିନ ଥିଲେ । ପ୍ରଥମେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା । ଏହି ଅଂଚଳର ସମାଜସେବୀ ତଥା ସୁସଂଗଠକ ଭାବରେ ପ୍ରମୋଦ କୁମାର ନାୟକ , ରାଜକିଶୋର ବେହେରା,ବ୍ରଜବନ୍ଧୁ  ପଟ୍ଟଯୋଶୀ ୩ ଜଣଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ