ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୧ ମୃତ

ରାଜସ୍ଥାନ : ରାଜସ୍ଥାନର ଯୋଧପୁରଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଲୋତରା ଓ ଫଲୋଦି ହାଇଓ୍ବେ ଉପରେ ଟ୍ରକ୍‌ ଓ ଜିପ୍‌ ମଧ୍ୟରେ ଧକ୍କା ହେବା ଫଳରେ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଟ୍ରକ୍‌ଟି ଜିପ୍‌ ସହ ଧକ୍କା ହୋଇ ଜିପ୍‌ ଉପରେ ଚଢିଯାଇଛି । ଶିଶୁ ସମେତ ଚାରି ପୁରୁଷ ଓ ଛଅ ଜଣ ମହିଳା ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାବେଳେ ମୃତକଙ୍କ ମଧ୍ୟରେ ନବବିବାହିତା ଯୋଡ଼ି ମଧ୍ୟ ରହିଛନ୍ତି । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଇଥିଲା। ଏହି ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍‌ ଦୁଃଖ ପ୍ରକାଶ କରିବା ସହ ଶୋକାକୁଳ ପରିଜନଙ୍କ ପ୍ରତି ଗଭୀର ସମ୍ବେଦନା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ