ରାଜସ୍ଥାନ ଝିଅକୁ ଗର୍ଭବତୀ କରାଇ ଯୁବକ ଫେରାର ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜନୈକ ରାଜସ୍ଥାନର ଝିଅକୁ ସେଠାରେ ଏକ ମନ୍ଦିରରେ ବିବାହ ପରେ ଏକତ୍ର ରହିବା ଏବଂ ସଂପୃକ୍ତ ଯୁବତୀଙ୍କୁ ଗର୍ଭବତୀ କରିବା ପରେ ଛାଡି ପଳାଇଆସିବା ସମ୍ପର୍କରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି ସଂପୃକ୍ତ ପିଡିତା ଯୁବତୀ ଜଣଙ୍କ । ଘଟନାରୁ ପ୍ରକାଶ ଯେ ରାଜସ୍ଥାନ ରାଜ୍ୟର ଦିଲୱାର ଜିଲ୍ଲାର ଅଲୱାର ଥାନା ଅନ୍ତର୍ଗତ ଅଲୱାର ଗ୍ରାମର ଗଜେନ୍ଦ୍ର ସିଂଙ୍କ ୨୪ବର୍ଷ ବୟସର ଝିଅ ହେମଲତା ସିଂ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଦାଖଲ କରିଥିବା ଅଭିଯୋଗ ଅନୁଯାୟୀ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଜାମୁକୁଣ୍ଡା ପନ୍ତୁରୀ ଗ୍ରାମର ମାଗୁଣି ସ୍ୱାଇଁଙ୍କ ପୁଅ ସରୋଜ ସ୍ୱାଇଁ (୩୦) ରାଜସ୍ଥାନରେ ରହି ଏକ କମ୍ପାନୀରେ କାମ କରୁଥିଲେ । ସେଠାରେ ଏହି ଯୁବତୀଙ୍କ ସହ ସାକ୍ଷାତ ପରେ ଉଭୟ ଉଭୟଙ୍କୁ ଭଲପାଇ ଅଲୱାର ମନ୍ଦିରରେ ଗତ ୨୦୨୧ମସିହା ମଇମାସ ୧୨ତାରିଖରେ ବିବାହ କରିଥିଲେ । ବିବାହ ପରେ ଉଭୟ ସେଠାରେ ଏକତ୍ର ବାସ କରୁଥିଲେ । ଏହାମଧ୍ୟରେ ହେମଲତା ଦୁଇଥର ଗର୍ଭବତୀ ହୋଇଥିଲେ ମଧ୍ୟ ସରୋଜ ଦୁଇଥର ଯାଙ୍କ ତାଙ୍କୁ ଆବରସନ କରାଇ ଦେଇଥିଲେ । ପରେ ସେ ପୁନର୍ବାର ଗର୍ଭବତୀ ହେବା ପରେ ସରୋଜ ତାଙ୍କୁ ସେଠାରେ ଏକା ଛାଡିଦେଇ ଗ୍ରାମକୁ ପଳାଇ ଆସିଥିଲେ । ହେମଲତା ରାଜସ୍ଥାନରୁ ଆସି ସରୋଜଙ୍କ ଗ୍ରାମରେ ପହଞ୍ଚିବା ପରେ ସରୋଜଙ୍କ ଘରେ ୧୦ଦିନ ରହିଥିଲେ । ପରେ ସରୋଜ ତାଙ୍କୁ ଭୁବନେଶ୍ୱର ନେଇଯାଇ ସେଠାରେ ଏକ ଭଡାଘରେ ରଖାଇଥିଲେ । କିନ୍ତୁ ହଠାତ ଦିନେ ସେଠାରୁ ସରୋଜ ହେମଲତାଙ୍କ ବ୍ୟାଗ ସଙ୍ଗରେ ନେଇ ପଳାଇ ଆସିଲେ । ଏବିଷୟରେ ହେମଲତାଙ୍କ ଘରେ ଜାଣିବା ପରେ ତାଙ୍କ ଭାଇ ଓ ଭାଉଜ ତାଙ୍କୁ ଘରେ ପୁରାଇ ଦେଉନଥିବା ସେ କାନ୍ଦିକାନ୍ଦି କହିଛନ୍ତି । ଏସମ୍ପର୍କରେ ହେମଲତାଙ୍କ ଅଭିଯୋଗ ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ୪୮୮/୨୦୨୨ରେ ଗତ ୪.୧୦.୨୦୨୨ରିଖରେ ଆଇ.ପି.ସି. ର ଧାରା ୪୯୮(କ), ୪୧୭ ଓ ୩୭୯ରେ ଏକ ମାମଲା ରୁଜୁ କରାଯାଇଛି । ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବାକୁ ପିଡିତା ହେମଲତା ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ