ରାଜସ୍ଥାନ ରାଜନୀତି ସରଗରମ
ଦେଶରେ ସାଧାରଣ ନିର୍ବାଚନ ସରିବା ପରେ ଅନେକ ରାଜ୍ୟରେ କଂଗ୍ରେସର ପରାଜୟ ବରଣ କରିଛି । ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତର୍ଜମା କରୁଥିବା ବେଳେ କିଛି ମାସ ତଳେ ରାଜସ୍ଥାନରେ ବିଧାନସଭା ନିର୍ବାଚନରେ ବସୁନ୍ଧରା ରାଜେ ସିନ୍ଧିଆ ସରକାରଙ୍କୁ ହରାଇ କଂଗ୍ରେସ ଜନାଦେଶ ପାଇଁ ସରକାର ଗଠନ କରି୍ଥିଲା । ଆଉ ଏବେ ରାଜସ୍ଥାନ ରାଜନୀତି ନୁଆମୋଡ ନେବାକୁ ଚାହୁଁଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଙ୍କ ବିରୋଦ୍ଧରେ ସଂଖ୍ୟାଧିକ ବିଧାୟକ ଅସନ୍ତୋଷ ପ୍ରକାଶ କରିବା ପରେ ରାଜସ୍ଥାନ ରାଜନୀତି ଏବେ ସରଗରମ ରହିଛି । ୨୦୧୯ ଲୋକସଭା ନିର୍ବାଚନରେ ୨୫ ଟି ଆସନରୁ ସରକାରରେ ଥାଇ ମଧ୍ୟ ଗୋଟିଏ ବି ଆସନ ଜିତିପାରିନଥିଲା କଂଗ୍ରେସ । ଏହା ପଛରେ ଗେହଲଟଙ୍କ ରଣନୀତି ଦାୟୀ ବୋଲି କଂଗ୍ରେସର କିଛି ବରିଷ୍ଠ ନେତା କଂଗ୍ରେସ ହାଇକମାଣ୍ଡରଙ୍କୁ ଜଣାଇଛନ୍ତି ।ଏହା ସହ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ଥିବା ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ବିଧାୟକ ମାନେ ଦାବି କରିଛନ୍ତି ।


