ରାଜସ୍ୱ ଆଦାୟ କ୍ଷେତ୍ରରେ ଆସିକା ତହସିଲ୍ର ଉଲ୍ଲେଖନୀୟ ସଫଳତା
ଆସିକା, (ୱାଇଏନ୍ଏସ୍):୨୦୨୪-୨୫ ଆର୍ଥିକବର୍ଷ ଶେଷ ହୋଇସାରିଥିଲା ବେଳେ ରାଜସ୍ୱ ଆଦାୟ କ୍ଷେତ୍ରରେ ଆସିକା ତହସିଲ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜଣାପଡିଛି । ଆସିକା ତହସିଲର ଗତ ୨୦୨୪-୨୫ ଆର୍ଥିକବର୍ଷର ରାଜସ୍ୱ ଆଦାୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ୨କୋଟି ୩୨ଲକ୍ଷ ୯୬ହଜାର ୮୧୧ ଟଙ୍କା ଥିବା ବେଳେ ଗତ ଆର୍ଥିକ ବର୍ଷରେ ତହସିଲଦାର ସଙ୍ଗୀତା ସେଣ ଓ ଅତିରିକ୍ତ ତହସିଲଦାର ଅମରେଶ୍ ସାବତ ଏବଂ ସୌଦାଗର ବେହେରାଙ୍କ ମାର୍ଗଦର୍ଶନ ଓ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଆସିକା ତହସିଲ ଇ-ରୟାଲିଟିକୁ ମିଶାଇ ୩କୋଟି ୬୩ଲକ୍ଷ ୫୮ହଜାର ୦୯୨ ଟଙ୍କା ରାଜସ୍ୱ ଆଦାୟ କରିବାରେ ସକ୍ଷମ ହୋଇପାରିଥିବା ଜଣାପଡିଛି । ଆସିକା ତହସିଲ ରେକର୍ଡ ପରିମାଣର ରାଜସ୍ୱ ଆଦାୟ କରି ପୂର୍ବବର୍ଷ ତୁଳନାରେ ଅଧିକ ସଫଳତା ପାଇଥିବା ଜଣାପଡିଛି । ଆସିକା ତହସିଲ କାର୍ଯ୍ୟାଳୟ ଅଧିନସ୍ଥ ଆସିକା, ଭେଟନଇ, ବାଲିସିରା, ଗହଙ୍ଗୁ, ଗୁଣ୍ଠପଡା, ହରିଡାପଦର, ନଳବଣ୍ଟା, ନିମିନା, ବାବନପୁର ରାଜସ୍ୱ ସର୍କଲ ଜରିଆରେ ଖଜଣା, ଜଳକର ସମେତ ଅନ୍ୟାନ୍ୟ ବାବଦକୁ ୧ କୋଟି ୭୭ଲକ୍ଷ ୭୬ହଜାର ୨୯୩ଟଙ୍କା ଏବଂ ଇ-ରୟାଲିଟି ମାଧ୍ୟମରେ ୧କୋଟି ୮୫ଲକ୍ଷ ୮୧ ହଜାର ୭୯୯ ଟଙ୍କା ଏହିଭଳି ସମୁଦାୟ ୩କୋଟି ୬୩ ଲକ୍ଷ ୫୮ହଜାର ୦୯୨ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ଜଣାପଡିଛି । ୨୦୨୪-୨୫ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ କ୍ଷେତ୍ରରେ ଆସିକା ତହସିଲର ଏହି ଉଲ୍ଲେଖନୀୟ ସଫଳତା ତହସିଲଦାର ସଙ୍ଗୀତା ସେଣ, ଅତିରିକ୍ତ ତହସିଲଦାର ଅମରେଶ୍ ସାବତ ଏବଂ ସୌଦାଗର ବେହେରାଙ୍କ ଦିଗ୍ଦର୍ଶନ ଓ ରାଜସ୍ୱ ପରିଦର୍ଶକ ବିଶ୍ୱନାଥ ଲେଙ୍କା ଓ ସୁନିଲ୍ ମହାରଣା,ଉପବିଭାଗୀୟ ଅଧିକାରୀ କିରଣ କୁମାର ପାଢୀ, ନାଜିର୍ ଜ୍ଞାନଚାନ୍ଦ ମହାନ୍ତି, ଆସିକା ରାଜସ୍ୱ ବିଭାଗ କର୍ମଚାରୀ କୃଷ୍ଣଚନ୍ଦ୍ର ଡାକୁଆ, ତୋଫାନ ଗୌଡ, ସୁନିତା ପାତ୍ର, କେ.ଲିଲୁ, ମୃତ୍ୟୁଞ୍ଜୟ ତ୍ରିପାଠୀ, ଅଭିଜିତ୍ ପାଣିଗ୍ରାହୀ, ଚନ୍ଦନ ରଥ, ରାଜସ୍ୱ ନୀରିକ୍ଷକ ବିଷ୍ଣୁପ୍ରିୟା ରାଉତ, ଅରୁଣା ଆଚାରୀ, ସୁନିଲ୍ କୁମାର ଗୌଡ, ସୁଶାନ୍ତ ଜାନି, ରାଜେନ୍ଦ୍ର ପାତ୍ର, ସ୍ୱରାଜ୍ୟ ଗୌଡ, ସସ୍ମିତା କୁମାରୀ ବିଶ୍ୱାଳ, ରଘୁନାଥ ପ୍ରଧାନ, ପ୍ରଫୁଲ ଭୂୟାଁଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସାଧାରଣରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ କ୍ଷେତ୍ରରେ ଆସିକା ତହସିଲ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ସ୍ଥାନୀୟ ତହସିଲଦାର ସଙ୍ଗୀତା ସେଣ ଆସିକା ତହସିଲର ସମସ୍ତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆସିକା ତହସିଲକୁ ରାଜ୍ୟର ଏକ ଅଗ୍ରଣୀ, ବିକଶିତ ଓ ଶ୍ରେଷ୍ଟ ତହସିଲରେ ପରିଣତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିବା ଜଣାପଡିଛି । ରାଜସ୍ୱ ଆଦାୟ କ୍ଷେତ୍ରରେ ଆସିକା ତହସିଲ ଗତ ଆର୍ଥିକ ବର୍ଷରେ ୧୫୬ ପ୍ରତିଶତ ସଫଳତା ହାସଲ କରି ଏକ ରେକର୍ଡ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯୀଇଛି ।