ରାଜସ୍ୱ ଡିଭିଜନାଲ କମିଶନରଙ୍କ ଗଜପତି ଜିଲ୍ଲା ପରିଦର୍ଶନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ଦିନିକିଆ ପରିଦର୍ଶନରେ ଆସିଥିଲେ ବ୍ରହ୍ମପୁର ଦକ୍ଷିଣ ବିଭାଗ ରାଜସ୍ୱ ଡିଭିଜନାଲ କମିଶନର ଶ୍ରୀ ଟି ଏ ଓ । ଆଜି ର ଏହି ଦିନିକିଆ ଗସ୍ତରେ ଶ୍ରୀ ଟି ଏ ଓ ପାରାଲାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିଛାଳୟ ପରିଦର୍ଶନ କରି କୋଭିଡ ପରିଚାଳନା ପ୍ରସ୍ତୁତି ଯାଞ୍ଚ କରିଥିଲେ । ଏଥି ସହ RTPCR ପରୀକ୍ଷଣ ଲ୍ୟାବ, PSA ପ୍ଲାଣ୍ଟ ଏବଂ DHH ର କ୍ରିଟିକାଲ୍ କେୟାର ୟୁନିଟ୍, ଆନ୍ୱେଶା COVID କେୟାର ସେଣ୍ଟର, ଆର.ସୀତାପୁର COVID ହସ୍ପିଟାଲ, ଡାକ୍ତରଖାନାର ଅମ୍ଳଜାନ ପାଇପଲାଇନ ଏବଂ ପରିସରର ପରିଷ୍କାର ପରିଚ୍ଛନ୍ନତା ଯାଞ୍ଚ କରିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା, ଡିଏଫ୍ଓ, ସିଡିଏମ୍ ଏବଂ ପିଏଚଓ ଙ୍କ ସହ ଅନ୍ୟାନ୍ୟ ଚିକିତ୍ସା ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ