ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରୁ ବହୁ ସାମଗ୍ରୀ ଚୋରି

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ଗଣିଜାଙ୍ଗ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରୁ ସୋମବାର ବିଳମ୍ବିତ ରାତ୍ରରେ କଂପ୍ୟୁଟର ସାମଗ୍ରୀ ସହିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି ହୋଇଥିବା ନେଇ ରାଜସ୍ୱ ନିରୀକ୍ଷକ ସୁବ୍ରତ କୁମାର ମଲ୍ଲିକ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ମଙ୍ଗଳବାର ସକାଳେ ରାଜସ୍ୱ ନିରୀକ୍ଷକ ଅଫିସ ଖୋଲିବାକୁ ଆସି ଦେଖିବା ବେଳକୁ ମୁଖ୍ୟ ଦ୍ୱାର ଖୋଲା ରହିଛି । ଫଳରେ ସେ ସଂଗେ ସଂଗେ ତହସିଲଦାରଙ୍କୁ ଫୋନ୍ ଯୋଗେ ଖବର ଦେଇଥିଲେ । ପରେ ଅତିରିକ୍ତ ତହସିଲଦାରଙ୍କ ସମେତ କର୍ମଚାରୀ ମାନେ ସମସ୍ତ କୋଠରୀ ଗୁଡିକୁ ବୁଲି ଦେଖିଥିଲେ । ଏହି ଅଫିସରୁ ଦୃବୁର୍ତ୍ତ ମାନେ ୩ଟି ଲାପ୍‌ଟପ୍‌, ୧ଟି ପ୍ରିଣ୍ଟର, ଜେରକ୍ସ, ୧ ଖଣ୍ଡ ପାଉତି ବହି, ୭ଟି ନକ୍ସା, ୫ଟି ଓ.ଏଲ.ଆର୍ ୮(କ) କେସ୍ ରେକର୍ଡ, ନଗଦ ୧୧ ହଜାର ୫ ଶହ ଟଙ୍କା ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରିନେଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ