ରାଜସ୍ୱ ବିଭାଗର ପ୍ରତିଟି କାର୍ଯ୍ୟରେ ୫ ଟି ର ଊପଯୋଗ ପାଇଁ ଜିଲ୍ଳ୍ାପାଳଙ୍କ ଗୁରୁତ୍ୱ 

ଯାଜପୁର, (ଯୁଗାବ୍ଦ ନ୍ୟୁଜ୍) : ଦୁର୍ବଳ ପ୍ରଦର୍ଶନ କରୁଥିବା କୈାଣସି କର୍ମଚାରୀଙ୍କୁ ସେମାନଙ୍କ ଅବହେଳା ଓ ଖରାପ ପ୍ରଦର୍ଶନ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଳ୍ାପାଳ ସତର୍କ କରାଇ ଦେଇଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ରାଜସ୍ୱ ଅଧିକାରୀ ମାନଙ୍କ କାର୍ଯ୍ୟରେ ଉନ୍ନତି ଓ ୫ ଟି ର ଉପଯୋଗ ସଂପର୍କରେ ଏକ କର୍ମଶାଳା ଜିଲ୍ଳ୍ାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ଜିଲ୍ଳ୍ାପାଳ ଶ୍ରୀ ଦାସ ସରକାର ୫ ଟି ର ପ୍ରଚଳନ କରିବା ପରେ ଏହା ସାଧାରଣ ଲୋକ ମାନଙ୍କୁ ଯେତିକି ସାହାଯ୍ୟ କରୁଚ୍ଥି କର୍ମଚାରୀ ମାନଙ୍କର ଦକ୍ଷତା ବୃଦ୍ଧିରେ ମଧ୍ୟ ତତୋଧିକ ପ୍ରତିପଂଳିତ ହେଉଚ୍ଥି ବୋଲି କହିଥିଲେ । ପୂର୍ବରୁ ପଞ୍ଚାୟତ ରାଜ ବିଭାଗର କେତେକ କର୍ମଚାରୀଙ୍କର ଦୁର୍ବଳ ପ୍ରଦର୍ଶନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଓ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପରେ ସେମାନଙ୍କୁ ଅର୍ପଣ କରାଯାଇଥିବା କାର୍ଯ୍ୟରେ ବେଶ ଊନ୍ନତି ପରିଲକ୍ଷିତ ହୋଇଚ୍ଥି । ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହ ଯେଉଁ ବିଭାଗ ଜଡିତ ସେଠାରେ ୫ ଟି ର ଭରପୁର ଉପଯୋଗ ହେବା ଅତ୍ୟନ୍ତ ଜରୁରୀ । ରାଜସ୍ୱ ବିଭାଗରେ କିଚ୍ଥି ଦୁର୍ବଳ ପ୍ରଦର୍ଶନକାରୀ ଅଧିକାରୀ ଓ କର୍ମଚାରୀଙ୍କ ତାଲିକା ପ୍ରଶାସନ ଇତି ମଧ୍ୟରେ ପ୍ରସ୍ତୁତ କରିଚ୍ଥି , ଯାହା ଉପରେ ଖୁବ୍ ଶିଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଳ୍ାପାଳ ସୂଚନା ଦେଇଥିଲେ । ରାଜସ୍ୱ ବିଭାଗ ସିଧାସଳଖ ଲୋକ ମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନରେ ବ୍ରତୀ ହେବା ଜରୁରୀ । ବକେୟା ମାମଲା, ବିବିଧ କାର୍ଯ୍ୟ ଇତ୍ୟାଦି ଯାହା ପଡି ରହିଚ୍ଥି ତାହାକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଯିଏ ବି ପୂରଣ କରୁ ନଥିବ ସେ ଦଣ୍ଡିତ ହେବ ବୋଲି ଶ୍ରୀ ଦାସ ସ୍ପଷ୍ଟ କରି ଦେଇଚ୍ଥନ୍ତି । ନୂତନ ଚିନ୍ତାଧାରା ବା ରୂପାନ୍ତକରଣକୁ ସରକାର ଗୁରୁତ୍ୱ ଦେଉଚ୍ଥନ୍ତି । କେବଳ ଉପରୁ ନୁହେଁ ତଳ ସ୍ତରରୁ ମଧ୍ୟ ନୂତନ ଚିନ୍ତାଧାରା ସଂପର୍କରେ ମତାମତ ଓ କାର୍ଯ୍ୟ ପ୍ରଣାଳୀ ଆସିବା ଉଚିତ ବୋଲି ଜିଲ୍ଳ୍ାପାଳ ମତ ଦେଇଥିଲେ । ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି ପ୍ରତ୍ୟେକ କର୍ମଚାରୀ ନିଜ ଦାୟିତ୍ୱକୁ ସୁଚାରୁ ରୂପେ ସଂପନ୍ନ କଲେ ୫ ଟି ର ପ୍ରକୃତ ଊଦ୍ଦେଶ୍ୟ ସାଧିତ ହେବା ସହ ଲୋକଙ୍କ କାର୍ଯ୍ୟ ସହଜରେ ହୋଇପାରିବ ବୋଲି କହିଥିଲେ । ପ୍ରାରମ୍ଭରେ ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ସମସ୍ତଙ୍କୁ ସ୍ୱାଗତ କରିବା ସହ ରାଜସ୍ୱ ବିଭାଗ ଯେ ହେତୁ ସାଧାରଣ ଲୋକ ମାନଙ୍କର ବିବିଧ କାର୍ଯ୍ୟ ପାଇଁ ଗଠିତ, ତେଣ,ୁ ପ୍ରତ୍ୟେକ ଦାୟିତ୍ୱବାନ ଭାବେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଦାନଗଦୀ ତହସିଲଦାର ବୁଲ ବୁଲ ବେହେରା, ସହକାରୀ ଜିଲ୍ଳ୍ାପାଳ ତରଣୀସେନ ପଟ୍ଟନାୟକ, ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ରର ଜିଲ୍ଳ୍ା ସମାଜ ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ସୁଧାଂଶୁ ମୋହନ ଶତପଥୀ ଓ ଇ-ଡିଷ୍ଟ୍ରିକ୍ଟ ମ୍ୟାନେଜର ସାରଦା ପ୍ରସନ୍ନ ଜେନା ପ୍ରମୁଖ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟଧାରା, ବିଧି ବ୍ୟବସ୍ଥା, ସମୟ ଭିତ୍ତିକ ପଂଏସଲା ଇତ୍ୟାଦି ସଂପର୍କରେ ବିଷଦ ଭାବେ ଅବଗତ କରାଇଥିଲେ । ଏଥିରେ ତହସିଲଦାର, ଅତିରିକ୍ତ ତହସିଲଦାର, ରାଜସ୍ୱ ସୁପରଭାଇଜର ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ