ରାଜା ବୈକୁଣ୍ଠନାଥ ଦେବଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍କଳ ସମ୍ମିଳନୀ ପକ୍ଷରୁ ବାଲେଶ୍ୱରର ଭୂତପୂର୍ବ ପ୍ରଜାବତ୍ସଳ ରାଜା ବୈକୁଣ୍ଠ ନାଥ ଦେବଙ୍କ ପ୍ରତିମୂର୍ତ୍ତି ଟାଉନହଲ ପରିସରରେ ଅନାବରଣ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ତଥା ବିଶିଷ୍ଟ ସାହିତ୍ୟିକ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜାଙ୍କ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଅନାବରଣ କରିଥିଲେ । ସାଧାରଣ ମଣିଷର ପେଟ ଓ ମନର ଭାଷା ପଢ଼ି ପାରୁଥିବା ଜଣେ ପ୍ରଜାବତ୍ସଳ ଦରଦୀ ରାଜାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମସ୍ତଙ୍କ ଭାଗ୍ୟରେ ନଥାଏ ବୋଲି ସେ କହିଥିଲେ । ଓଡ଼ିଆ ଭାଷା ଓ ଏ ଜାତିର ସୁରକ୍ଷା ପାଇଁ ଭଣ୍ଡାର ଖୋଲି ଦେଇଥିବା ରାଜା ବୈକୁଣ୍ଠନାଥ ଦେବ ବାଲେଶ୍ୱରବାସୀଙ୍କର ଚିରସ୍ମରଣୀୟ ହୋଇ ରହିବେ ବୋଲି ରାଜ୍ୟପାଳ ମତ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ କୁମାର ଷଡ଼ଙ୍ଗୀ ଯୋଗଦେଇ ରାଜା ବୈକୁଣ୍ଠ ନାଥ ଦେବଙ୍କ ଓଡ଼ିଆ ଜାତି ଓ ଭାଷା ପ୍ରୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବଙ୍ଗୀୟ ପରିବାରର ହୋଇଥିଲେ ବି ଓଡ଼ିଆ ଜାତି ଓ ଓଡ଼ିଆ ଭାଷାର ସୁରକ୍ଷା ଆନ୍ଦୋଳନରେ ସାମିଲ ହୋଇ ସମସ୍ତଙ୍କ ପାଇଁ ଚିର ନମସ୍ୟ ହୋଇଯାଇନ୍ତି ବୋଲି ସେ କହିଥିଲେ । ଜଣେ ଦରଦୀ ରାଜା ଭାବ ସମାଜସେବା ମୂଳକ କାର୍ଯ୍ୟ କରି ସେ ଏହି ମାଟିକୁ ଗୌରାବାନ୍ୱିତ କରିଛନ୍ତି ବୋଲି ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଥିଲେ । ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଡ. ଅଦୈତ୍ୟ ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଡ. ବିଜୟାନନ୍ଦ ସିଂହ ଓ ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ ମଞ୍ଚାସୀନ ଥିଲେ । ଏହି ଅବସରରେ ରାଜା ବୈକୁଣ୍ଠ ନାଥ ଦେବଙ୍କ ଜୀବନୀ ଉପରେ ଆଧାରିତ ପଣ୍ଡିତ ପ୍ରମୋଦ କୁମାର ମିଶ୍ରଙ୍କ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପ୍ରପ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ମିଳନୀର ଜିଲା ସମ୍ପାଦକ କବି କାଳୀପଦ ପଣ୍ଡା ଏଥରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବୈକୁଣ୍ଠନାଥ ସ୍ମୃତି ସଂସଦର ସଭାପତି ସୁଜିତ କୁମାର ଦେବ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଅଧିବେଶନରେ ଆୟୋଜିତ ଆଲୋଚନାଚକ୍ରରେ ସମ୍ମିଳନୀର ଜିଲା ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ