ରାଜୀବଗାନ୍ଧିଙ୍କ ପ୍ରତିମୃର୍ତି ପୁନଃ ସ୍ଥାପନ ଦାବୀ

ଛତ୍ରପୁର (ଯୁଗାଦ୍ଦ ନ୍ୟୁଜ/ଦେବଦତ୍ତମହାରଣା) : ଛତ୍ରପୁର ଅପର ବସଷ୍ଟାଣ୍ଡ୍ ଠାରେ ବହୁ ପୂର୍ବରୁ ସ୍ଥାପନ କରାଯାଇଥିବା ଭାରତର ଭୁତପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ପ୍ରତିମୃର୍ତି ଦଳମତନିର୍ବି ଶେଷରେ ସେଠାରେ ସ୍ଥାପନ ହୋଇଥିବା ରାଜୀବ ଗାନ୍ଧିଙ୍କ ପ୍ରତିମୃର୍ତିକୁ ନେଇ କାହାରି ବି କେବେ ଆପତି ଅଭିଯୋଗ ନଥିବା ବେଳେ କାହିଁକି ଓ କେଉଁ ପରିସ୍ଥିତିରେ ଏନଏସି ପକ୍ଷରୁ ରାତି ଅଧରେ ପ୍ରତିମୃର୍ତିକୁ ସେଠାରୁ ହଟାଇ ଦିଆଗଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ସହ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିକୁ ଏକ କମ୍ପେ୍ଲକ୍ସ ନିକଟରେ ପକାଯାଇଥିଲ।। ଏହାର ପ୍ରତିବାଦରେ କଂଗ୍ରେସ ଦଳର ନେତା ଓ କର୍ମୀ ମାନେ ଏବଂ ବୁଦ୍ଧିଜୀବୀ ସୋମବାର ଛତ୍ରପୁର ଏନଏସିର ପ୍ରଶାସନିକ ଅଧିକାରୀ ତଥା ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେଠାରେ ପୂର୍ବରୁ ଯେପରି ଥିଲା ସ୍ୱର୍ଗତ ରାଜୀବଗାନ୍ଧିଙ୍କ ମୃର୍ତିକୁ ତୁରନ୍ତ ପୁନଃ ସ୍ଥାପନ କରିବାକୁ ଦାବି କରିଛନ୍ତି । ଯଦି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଏହା ବିରୋଧରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ଯୁବ ସମାଜସେବୀ ଭାଗିରଥି ବେହେରା,ପୂର୍ବତନ ସରପଂଚ ଟି. କ୍ରିଷ୍ଣା ରାଓ, ସୁଦାମ ପୁରୋହିତ , କ୍ରାନ୍ତି ଯୁବ ସଂଗଠନର ସଭାପତି ଇଜୁ ଆମିନ୍ ଖାନ୍ ଏବଂ ପ୍ରଦୀପ ନାହାକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସ୍ମାରକ ପ୍ରଦାନ କିଛି ଘଣ୍ଟା ପରେ ଏବଏସି ପକ୍ଷରୁ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରତିମୂତିକୁ ଗାଡି ଯୋଗେ ଏନଏସି କାର୍ଯ୍ୟାଳୟ ନିକଟକୁ ଅଣାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ