ରାଜୀବଗାନ୍ଧୀ ପ୍ରତିଭା ପୁରସ୍କାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସରେ ପ୍ରତିବର୍ଷ ଭୁବନେଶ୍ୱରରେ ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ ଫୋରମ ତରଫରୁ ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ୨୧ା୫ା୨୦୨୨ରିଖ ଦିନ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ରଙ୍କ ସୁପାରିଶ କ୍ରମେ ଏମ୍‌.ବି.ଏସ୍‌. ପବ୍ଲିକ୍ ସ୍କୁଲ କବ୍ ଅୟାଂଶ ଦେଓ, ରାଇପଡା ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ ବୁଲ୍‌ବୁଲ୍ ସାଇସରଣ୍ୟା ପଣ୍ଡା, ସେଣ୍ଟ ଜୋସେଫ ହାଇସ୍କୁଲ ସ୍କାଉଟ ସ୍ୱୟମ ନାରାୟଣ ଆଚାର୍ଯ୍ୟ, ଡିଏଭି ପବ୍ଲିକ ସ୍କୁଲ ଗାଇଡ୍ ଆକ୍ରିତି ପଟ୍ଟନାୟକ, ଅଉଲ କଲେଜ ରୋଭର ରାହୁଲ କୁମାର ସାହୁ, ପିଏନ୍ କଲେଜ ରେଞ୍ଜର ଦିପ୍ତିମୟୀ ପ୍ରତିହାରୀ ପ୍ରମୁଖ ମୁଖ୍ୟ ଅତିଥି ମାନ୍ୟବର ସଭାପତି, ଓଡିଶା ପ୍ରଦେଶ କଂଗ୍ରେସ କମିଟି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ମୁଖ୍ୟବକ୍ତା ଶ୍ରୀଯୁକ୍ତ ପବନ ଖେରା, ସମ୍ମାନୀତ ଅତିଥି ଭାବେ ରାଜ୍ୟସଭା ଏମ୍‌.ପି. ଶ୍ରୀଯୁକ୍ତ ନିରଜ ଡାଙ୍ଗି, ସମ୍ପାଦକ, ଏଆଇସିସି ଶ୍ରୀଯୁକ୍ତ ଜି. ରୁଦ୍ର ରାଜୁ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ରାଉତରାୟ, ଶ୍ରୀଯୁକ୍ତ ଅମିତାଭ ଚକ୍ରବର୍ତି, ସଭାପତି ଓଡିଶା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟସ୍ ଫୋରମ୍ ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକଙ୍କ ଠାରୁ ଫଳକ ଓ ମାନପତ୍ର ଦ୍ୱାରା ପୁରସ୍କୃତ ହୋଇଥିଲେ । ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ କବ୍‌,ବୁଲ୍‌ବୁଲ୍‌, ସ୍କାଉଟ, ଗାଇଡ୍‌, ରୋଭର ଓ ରେଞ୍ଜର ମାନଙ୍କର ଏହି ସଫଳତାରେ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ