ରାଜୀବଗାନ୍ଧୀ ସେବାକେନ୍ଦ୍ର ବାରଣ୍ଡାରେ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ

ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ରାଜୀବଗାନ୍ଧୀ ସେବାକେନ୍ଦ୍ର ରେ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ କରାଯାଉଥିବା ଦେଖିବାକୁ ମିଳିଛି। ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ୧୪୮ ଜଣ ଛାତ୍ରଛାତ୍ରୀ ଙ୍କୁ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି । ଶିକ୍ଷା ବ୍ୟବସ୍ଥା ରେ ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି, ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଲି ପଞ୍ଚାୟତ ର ଚଢେୟାପଲ୍ଲୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କ୍ଷେତ୍ରରେ । ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଙ୍କ ଅନୁସାରେ ସମାନ ସଂଖ୍ୟକ ଶ୍ରେଣୀ ଗୃହ ରହିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ଉପକ୍ରମ ମାଧ୍ୟମରେ ହାଇସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ କରାଯାଇଛି। ସେହିପରି ଏହି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଗୃହ କୁ ଭାଙ୍ଗି ଦେଇ ସେଠାରେ ଇ-ପାଠାଗାର,ବିଜ୍ଞାନଗାର, ଦୁଇ ଗୋଟି ସ୍ମାର୍ଟ କ୍ଲାସ ର ଆଦି ନିର୍ମାଣ କରାଯାଇଛି।। ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ କୁ ଭାଙ୍ଗି ସ୍ମାର୍ଟ କ୍ଲାସ ରେ ପରିଣତ କରିଦେବା ଫଳରେ ରୁମ ର ଅଭାବ ଦେଖାଦେଲା। ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୧୪୮ଜଣ ଛାତ୍ରଛାତ୍ରୀମାନେ କେତେବେଳେ ମନ୍ଦିର ପ୍ରାଙ୍ଗଣ ରେ ତ ଆଉ କେତେବେଳେ ରାଜୀବଗାନ୍ଧୀ ସେବା କେନ୍ଦ୍ର ବସି ଅଧ୍ୟୟନ କରୁଛନ୍ତି। ଏ ବର୍ତମାନ ଛାତ୍ରଛାତ୍ରୀ ମାନେ ପଞ୍ଚାୟତ ର ରାଜୀବଗାନ୍ଧୀ ସେବାକେନ୍ଦ୍ର ବାରଣ୍ଡାରେ ଦୀର୍ଘ ଦିନ ହେଲା ଅଧ୍ୟୟନ କରି ଆସୁଛନ୍ତି। ନିଜର କୋଠା କୁ ହାଇସ୍କୁଲ ନେଇଯିବା ଫଳରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପାଠପଢାରେ ସମାସ୍ୟା ସୃଷ୍ଟି ହୋଇଛି ଚିନ୍ତାରେ ଛାତ୍ରଛାତ୍ରୀଓ ଅଭିଭାବକ ମାନେ। ପୂର୍ବ ରୁ ଏହିସବୁ ଅସୁବିଧା ବିଷୟରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୈାଣସି ସୁଫଳ ମିଳିପାରିନାହିଁ ଗ୍ରାମବାସୀ କହିଛନ୍ତି। ଏହା ନେଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ଦାୟିତ୍ଵ ହୀନତା ଭାବେ ବ୍ଲକ କିମ୍ବା ଜିଲ୍ଲାପ୍ରଶାସନ କରିବେ ବୋଲି କହିଛନ୍ତି। ୫ଟି ଉପକ୍ରମରେ ହାଇସ୍କୁଲ ର ରୂପାନ୍ତରିତ ସକାଶେ ସ୍ମାର୍ଟ କ୍ଲାସ ନିର୍ମାଣ କରାଯିବା ଫଳରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ପାଠପଢା ସଂପୂର୍ଣ୍ଣ ଭାବେ ଭୁଷିଡି ଯାଇଛି । ହାଇସ୍କୁଲ ର ବିକାଶ କରିବାକୁ ଯାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ କୁ ନଷ୍ଟ କରାଯାଇଛି ବୋଲି ଗ୍ରାମବାସୀ କହିଛନ୍ତି। ବିଡ଼ିଓ ମନୋଜ କୁମାର ନାୟକ ଙ୍କୁ ବୁଝିବା ରୁ ଦଶ ଲକ୍ଷ ଟଙ୍କା ବ୍ୟୟ ରେ ଏକ ବିଲଡିଙ୍ଗ୍ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ