ରାଜୀବ ଗାନ୍ଧୀଙ୍କର ଜନ୍ମ ଜୟନ୍ତୀ ଅବସରରେ ସମାବେଶ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ଭାରତ ରତ୍ନ ତଥା ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ୭୫ତମ ଜନ୍ମ ଜୟନ୍ତୀ ପରିପ୍ରେକ୍ଷୀରେ ସ୍ଥାନୀୟ ବାପୁଜୀ ଆଶ୍ରମଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସର ବହୁ ନେତା କର୍ମୀ ଯୋଗଦେଇ ରାଜୀବଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଆଧୁନିକ ଭାରତ ବର୍ଷକୁ ରାଜୀବଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଶିକ୍ଷା କ୍ଷେତ୍ରରେ ବିପ୍ଲବ ପରିବର୍ତ୍ତନ କରିବା ସହ ଦେଶକୁ କମ୍ପ୍ୟୁଟରୀକରଣ, କୃଷିକ୍ରାନ୍ତି , ପ୍ରତିରକ୍ଷା କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ରାଜୀବଙ୍କ ଗୁରୁତ୍ୱପୁର୍ଣ୍ଣ ଅବଦାନ ରହିଛିା ସୁଚନାଯୋଗ୍ୟ, ରାଜୀବଗାନ୍ଧୀଙ୍କ ମୃତ୍ୟୁ ଦେଶରେ ଏକତା ଓ ସାମ୍ପ୍ରଦାୟିକତା ପାଇଁ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉମାକାନ୍ତ ସାସମଲ, ମଧୁବାବୁ, ଆର.ରାଜେଶ, ସୁଜ୍ଞାନୀ ପଟ୍ଟନାୟକ, ଭାଷ୍କର ପାଢୀ, ଧରଣୀଧର ବେହେରା, ମିନତୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।