ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ପକ୍ଷରୁ ପୁରୁଣା ଛତ୍ରପୁର ଠାରେ ଗ୍ରାମ ସ୍ୱରାଜ ଅଭିଯାନ କାର୍ଯ୍ୟକ୍ରମ
ଛତ୍ରପୁର ଛତ୍ରପୁର, (ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ଅନ୍ତର୍ଗତ ପୁରୁଣା ଛତ୍ରପୁର ଗ୍ରାମ ଠାରେ ସମାଜସେବୀ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରସ ନେତା ଭାଗିରଥୀ ବେହେରାଙ୍କ ପୈାରହିତ୍ୟରେ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ଓଡିଶା ପକ୍ଷରୁ ଗ୍ରାମ ସ୍ୱରାଜ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ର ଗଞ୍ଜାମ ଓ ଗଜପତି ଜିଲ୍ଲା ସଂଯୋଜକ ବିସ୍ମୟ ମହାପାତ୍ର ଯୋଗ ଦେଇ କେନ୍ଦ୍ର ବିଜେପି ସରକାର ୩ଟି କୃଷି ଆଇନ୍ ପ୍ରଣିତ କରିଛନ୍ତି, ଯାହା ଆମ ଦେଶର ଚାଷୀ ଏବଂ ଚାଷକୁ ଗଭୀର ସଙ୍କଟ ଭିତରକୁ ଠେଲି ଦେବ । ଏ ଆଇନ ବିରୁଦ୍ଧରେ ଚାଷୀ ସଙ୍ଗଠନ ଗୁଡିକ ପ୍ରତିବାଦର ଜୁଆର ସୃଷ୍ଟି କରୁଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ ଏହି ଆଇନ ବିରୁଦ୍ଧରେ ଦେଶ ତମାମ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରିବା ପାଇଁ ଆହ୍ୱାନ ଦେଇଛି । ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ଏହା ବିରୁଦ୍ଧରେ ଏକ ମାସ ଧରି ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଆହ୍ୱାନ ଦିଆଯାଇଛି ବୋଲି କହିଥିଲେ । ଏହି ଅବସରରେ ରାଜୀବ ଗାନ୍ଧି ପଂଚାୟତି ରାଜ ସଂଗଠନ ପକ୍ଷରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଏବଂ ଲାଲ ବାହାଦୂର ଜୟନ୍ତି ଠାରୁ ଆରମ୍ଭ କରି ଅକ୍ଟୋବର ୩୧ ତାରିଖ ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଡାକରା ଦିଆଯାଇଛି । ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନ ପକ୍ଷରୁ ଏହାକୁ ଗ୍ରାମ ସ୍ୱରାଜ ଅଭିଯାନ ଭାବେ ପାଳନ କରାଯିବ । ପଞ୍ଚାୟତ ର କ୍ଷମତା ବିକେନ୍ଦ୍ରୀକରଣ କରିବା ପାଇଁ ରାଜୀବ ଗାନ୍ଧୀଙ୍କ ଯେଉଁ ସବୁ ସ୍ୱପ୍ନ ରହିଥିଲା ତାକୁ ସାକାର କରିବା ପାଇଁ ଆଜିର ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ତୃଣମୁଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ରାଜୀବ ଗାନ୍ଧି ପଞ୍ଚାୟତିରାଜ ସଂଗଠନର ସଂଯୋଜକ ଶ୍ରୀ ମହାପାତ୍ର କହିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ତଥା ରାଜୀବ ଗାନ୍ଧି ପଞ୍ଚାୟତିରାଜ ସଂଗଠନର ବ୍ଲକ ସଭାପତି ଟି.କ୍ରିଷ୍ଣା ରେଡ୍ଡୀ, ଛତ୍ରପୁର ଏନଏସିର ସଭାପତି ଜି.ଶ୍ରୀନିବାସ ରାଓ, ଛାତ୍ରନେତା ଟି.ଚନ୍ଦ୍ରଶେଖର ରେଡ୍ଡୀ, ମହେଶ କୁମାର ଗୈାଡ, ଧର୍ମା ରେଡ୍ଡୀ, ମନୋଜ କୁମାର ପଣ୍ଡା, ପାପା ରାଓଙ୍କ ସମେତ ବହୁ ଚାଷୀ ଓ ସଂଗଠନ ସଭ୍ୟ ଏବଂ ଗ୍ରାମର ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ । ଶେଷରେ ସଂଗଠନ ପକ୍ଷରୁ ଚାରା ବଣ୍ଟନ କରାଯାଇଥିଲା ।


