ରାଜୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତର ରାଘବପୁର ଠାରେ ୨ୟ ବାର୍ଷିକ ରାଜୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଶିକ୍ଷାବିତ ନାରାୟଣ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆଜିର ଉଦଘାଟନ ମ୍ୟାଚରେ ଷଡଙ୍ଗ କ୍ରିକେଟ ଟିମ ଶାସନ କ୍ରିକେଟ ଟିମକୁ ୭ଉଇକେଟରେ ପରାସ୍ତ କରିଛି । ପ୍ରଥମେ ଶାସନ କ୍ରିକେଟ ଟିମ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ଓଭରରେ ୧୧୮ରନ କରିଥିବାବେଳେ ଷଡଙ୍ଗ କ୍ରିକେଟ ଟିମମାତ୍ର ୩ଉଇକେଟ ହରାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ବାବୁଲି ମଲ୍ଲିକ ଓ ଜୀବନଜ୍ୟୋତି ବାରିକ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଅନିଲ ଧଳ ଓ ମହେଶ୍ୱର ଧଳ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ହରେକୃଷ୍ଣ ଜେନା ଓ ପ୍ରତାପ ରାଉତ ଖେଳର ଧାରାବିବରଣୀ ପ୍ରଦାନ କରିଥିବାବେଳେ ସଭାପତି ଦେବାଶିଷ ରାଉତ, ସମ୍ପାଦକ ସନ୍ତୋଷ ନାୟକ, ସହ ସମ୍ପାଦକ ଅମୀୟ ବେହେରା, ଶକ୍ତି ରଞ୍ଜନ ଜେନା, ଦେବାଶିଷ ଧଳ, ଜିତେନ୍ଦ୍ର ବାରିକ, ସୁଧାକର ଜେନାଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ