ରାଜେନ୍ଦ୍ରପୁର ଠାରେ ବିଜେପିର ମହାମିଶ୍ରଣ ପର୍ବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ୍ ନୀର୍ଗୁଣ୍ଡି ପଞ୍ଚାୟତ ରାଜେନ୍ଦ୍ରପୁର ଖେଳ ପଡିଆ ଠାରେ ଭାରତୀୟ ଜନତା ପାର୍ଟିର ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସଭାପତି ସଞ୍ଜୟ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ପ୍ରାକ୍ତନ ରାଜସ୍ଵ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଜନମାରଣ ଶାସନ ନୀତିକୁ କଟୁ ସମାଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା ଵଦ୍ରୀନାରାୟଣ ଧଳ ମିଶ୍ରଣ ପର୍ବ ରେ ଯୋଗଦେଇ କେନ୍ଦ୍ର ସରକାର ଙ୍କ ଲୋକାଭିମୁଖୀ ଯୋଜନା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ସ୍ଥାନୀୟ ସରପଞ୍ଚ ନମିତା ପାତ୍ର, ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲ, ସରପଂଚ କମଳକୁମାର ନନ୍ଦ, ଜଗବନ୍ଧୁ ଦାସ, ବାବାଜୀ ଚରଣ ଜେନା,ନୀର୍ମଳ କର, ସୁବାସ ରାଉତ, ଭାସ୍କର ବେହେରା, ତ୍ରିନାଥ ସ୍ଵାଇଁ, ରଘୁନାଥ ଦ୍ଵିବେଦୀ, ଜୟସ୍ମିତା ଗୋଛାୟତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଜେଡି ର ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ମୁକ୍ତିକାନ୍ତ ଜେନା ଓ ସମିତି ସଭ୍ୟ ମୁକ୍ତି ଜେନା ଙ୍କ ସମେତ ଶତାଧିକ ଅନ୍ୟଦଳର କର୍ମୀ ବିଜେପି ଦଳରେ ସାମିଲ ହୋଇଥିଲେ। ନୂତନ କର୍ମୀଙ୍କୁ ଅତିଥି ମାନେ ଦଳୀୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଯୁବ ବିଜେପି ନେତା ସୁରେଶ ସାମଲ ଅତିଥି ପରିଚୟ ଓ ସତ୍ୟବ୍ରତ ଦାସ ଧନ୍ୟବାଦ ଦେଇଥିଲେ ।


